କନକବ୍ୟୁରୋ : କାଲିମେଳାରୁ ହରିୟାଣାକୁ ଟ୍ରକ ଯୋଗେ ଚାଲାଣ ହେଉଥିଲା ଗଞ୍ଜେଇ  ।  ୩୨୬ ନଂ ରାଜପଥ ବଦଳି ଛକ ନିକଟରେ ମାଡ଼ି ବସିଲା ପୋଲିସ୍ । ୧୨ ଚକିଆ ଟ୍ରକକୁ ଅଟକ ରଖାଯିବା ସହ ଏଥିରୁ ୨୦ଟି ବସ୍ତାରୁ ୫୦୦ କିଲୋଗ୍ରାମର ଗଞ୍ଜେଇ ବସ୍ତା ଜବତ କରାଯାଇଛି । ଘଟଣାରେ ହରିୟାଣାର ୨ ଯୁବକଙ୍କୁ ଗିରଫ କରିଛି କାଲିମେଳା ଥାନା ପୋଲିସ ।   ଏଥିସହ ଗୁଣୁପୁର ରେ ସୁନା ଅଳାଙ୍କାର ଲୁଟିନେଲେ ଚୋର । ଲୁଟିନେଲେ ଦେଢଭରି ସୁନା ଓ ୩କେଜିର ରୂପା ଅଳଙ୍କାର ।

Advertisment

ରାୟଗଡା ଗୁଣୁପୁର ଆଦର୍ଶ ନଗର ବାସିନ୍ଦା ହେମ ସୁନ୍ଦରଙ୍କ ଘରେ କେହି ନଥିବାର ସୁଯୋଗ ନେଇ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ ।  ତାଲା ଭାଙ୍ଗି ଘରୁ ସୁନା ଅଳଙ୍କାର ଓ ରୂପା ସାମଗ୍ରୀ ଚୋରି କରି ନିଆଯାଇଛି ।  ଘର ମାଲିକ ସପରିବାର ପିତୃ ଶ୍ରାଦ୍ଧକାର୍ଯ୍ୟ ପାଇଁ ଆନ୍ଧ୍ରପ୍ରଦେଶ ଯାଇଥିବା ବେଳେ ଏଭଳି ଘଟଣା ଘଟିଛି । ଅଭିଯୋଗ ପରେ ଗୁଣୁପୁର ଥାନା ପୋଲିସ  ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ଚୋରଙ୍କୁ ଧରିବାକୁ ସିସିଟିଭି ଭିଜୁଆଲକୁ ଯାଞ୍ଚ କରାଯାଉଛି ।