ଆଇରନ୍ ଲେଡି ମାରିଆ କୋରିନା ମଚାଡ଼ୋଙ୍କୁ ଶାନ୍ତି ପାଇଁ ନୋବେଲ ସମ୍ମାନ : ଗଣତନ୍ତ୍ରର ସୁରକ୍ଷା ପାଇଁ କରୁଛନ୍ତି ଲଢ଼େଇ

Advertisment

ଘୋଷଣା ହୋଇଛି ୨୦୨୫ ପାଇଁ ନୋବେଲ ଶାନ୍ତି ପୁରସ୍କାର। ଏଥିପାଇଁ  ନୋବେଲ କମିଟି ଭେନେଜୁଏଲାର  ମାରିଆ କୋରିନା ମଚାଡ଼ୋଙ୍କୁ ଚୟନ କରାଯାଇଛି ।  ଦେଶର ସତ୍ତାବାଦୀ ତଥା ଏକଛତ୍ରବାଦୀ ସତ୍ତା ବିରୋଧରେ ଲୋକଙ୍କ ଅଧିକାର ପାଇଁ ଲଢ଼ୁଥିବା ଲୌହ ମହିଳା ହେଉଛନ୍ତି ମାରିଆ ।

ଘୋଷଣା ହୋଇଛି ୨୦୨୫ ପାଇଁ ନୋବେଲ ଶାନ୍ତି ପୁରସ୍କାର। ଏଥିପାଇଁ  ନୋବେଲ କମିଟି ଭେନେଜୁଏଲାର  ମାରିଆ କୋରିନା ମଚାଡ଼ୋଙ୍କୁ ଚୟନ କରାଯାଇଛି ।  ଦେଶର ସତ୍ତାବାଦୀ ତଥା ଏକଛତ୍ରବାଦୀ ସତ୍ତା ବିରୋଧରେ ଲୋକଙ୍କ ଅଧିକାର ପାଇଁ ଲଢ଼ୁଥିବା ଲୌହ ମହିଳା ହେଉଛନ୍ତି ମାରିଆ ।

49

କନକ ବ୍ୟୁରୋ: ଘୋଷଣା ହୋଇଛି ୨୦୨୫ ପାଇଁ ନୋବେଲ ଶାନ୍ତି ପୁରସ୍କାର। ଏଥିପାଇଁ  ନୋବେଲ କମିଟି ଭେନେଜୁଏଲାର  ମାରିଆ କୋରିନା ମଚାଡ଼ୋଙ୍କୁ ଚୟନ କରାଯାଇଛି ।  ଦେଶର ସତ୍ତାବାଦୀ ତଥା ଏକଛତ୍ରବାଦୀ ସତ୍ତା ବିରୋଧରେ ଲୋକଙ୍କ ଅଧିକାର ପାଇଁ ଲଢ଼ୁଥିବା ଲୌହ ମହିଳା ହେଉଛନ୍ତି ମାରିଆ ।

ଭେନେଜୁଏଲାରେ ଗଣତନ୍ତ୍ରର ସୁରକ୍ଷା ପାଇଁ ସବୁବେଳେ ସ୍ବର ଉଠାଇଆସୁଛନ୍ତି ମାରିଆ । ତାଙ୍କୁ ଏହି ଶ୍ରେଷ୍ଠ ସମ୍ମାନ ଘୋଷଣା କରାଯିବା ଭେନେଜୁଏଲାର ନାଗରିକଙ୍କ ପାଇଁ ଖୋରାକ୍ ଯୋଗାଇବ ବୋଲି କୁହାଯାଉଛି । ସତ୍ତାଧାରୀ ଶାସକ ବିରୋଧରେ ଲଢ଼ୁଥିବାରୁ ମାରିୟାଙ୍କୁ ଅନେକ ଆଇନଗତ ବନ୍ଧନ ଭିତରେ ରଖାଯାଇଛି । ଏପରିକି ସେ ଲୁଚି ରହିବା ଭଳି ସ୍ଥିତି ମଧ୍ୟ ଉପୁଜିଛି। କିନ୍ତୁ ଏହାକୁ ଖାତିର ନକରି ଲୋକଙ୍କ ଅଧିକାର ପାଇଁ ଲଢ଼ିଛନ୍ତି ସେ ।
 

ନୋବେଲ କମିଟି କହିଛି ’ ତାଙ୍କ ଜୀବନକୁ ବିପଦ ଥାଇ ବି ସେ ଦେଶରେ ନିଜର ସ୍ଥାନ ବଜାୟ ରଖିଛନ୍ତି । ତାଙ୍କର ଦମ୍ଭ ସାରା ଦେଶବାସୀଙ୍କୁ ସାହାସ ଦେଇଛି । ମାରିଆଙ୍କର ସାହାସକୁ ଯେତେ ପ୍ରଶଂସା କଲେ ବି କମ୍ ହେବ । ଗଣତନ୍ତ୍ର ଏଭଳି ବ୍ୟକ୍ତିଙ୍କ ଉପରେ ନିର୍ଭର କରେ ଯେଉଁମାନେ ଅନେକ ବିପଦ ପରେ ବି ଆଗକୁ ବଢ଼ନ୍ତି । ଆଉ ସବୁବେଳେ ଆମକୁ ମନେ ପକାଇଦିଅନ୍ତି ଯେ, ଗଣତନ୍ତ୍ରକୁ କେବେ  ହାଲକା ଭାବେ ନେବା ଉଚିତ ନୁହେଁ । ସାହସ  ଓ ଦୃଢ଼ ସଙ୍କଳ୍ପ ସହ ସବୁବେଳେ  ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ସବୁଠୁ ବଡ଼ କାମ ’ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe