କଟକ ବ୍ୟୁରୋ : ବିକାଶର ନାରା ଦେଉଛନ୍ତି ସରକାର । ସମସ୍ତଙ୍କୁ ଗରିବ ସୀମାରେଖାରୁ ଉପରୁ ଉଠାଇବାକୁ ମାଳମାଳ ସରକାରୀ ଯୋଜନା ବି ପ୍ରଣୟନ ହେଉଛି । ହେଲେ ପ୍ରକୃତ ହିତାଧିକାରୀ କିନ୍ତୁ ଏସବୁଠାରୁ ଢେର ଦୂରରେ । ଘର ତ ଛାଡ଼ ପିଇବା ପାଣି ମୁନ୍ଦେ ବି ଯେମିତି ଏମାନଙ୍କ ଭାଗ୍ୟରେ ଅପହଞ୍ଚ । ସେଭଳି ସରକାରୀ ସୁବିଧାଠୁ ଯୋଜନା ଦୂରରେ ଥିବା ଗାଁ ହେଉଛି ଅନୁଗୁଳ ଉପକଣ୍ଠର ‘ମାରଘୁରା’ । ଏହି ଗାଁକୁ ଅନୁଗୁଳର ନଗଡ଼ା କହିଲେ ବି ଭୁଲ ହେବନି ,କାରଣ ଏଠି ବି ଗାଁକୁ ନାହିଁ ରାସ୍ତା । ଲୋକଙ୍କ ମୁଣ୍ଡ ଉପରେ ନାହିଁ ଛାତ । ଶୁଖିଲା ନାଳର ଚୁଆ ମେଣ୍ଟାଏ ଏଠାକାର ଲୋକଙ୍କ ଶୋଷ । ମୁଟୁକୁରିଆ ନାଳ ବଢ଼ିଲେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୁଏ ଗାଁ । ଦଉଡ଼ିରେ ନାଳ ପାର ହୁଅନ୍ତି ଲୋକେ, ପିଲାଙ୍କ ପାଠପଢ଼ାରେ ବନ୍ଧାଯାଏ ଡୋରି ।
ଶିଳ୍ପ ନଗରୀ ଅନୁଗୁଳ ସହରଠୁ ମାତ୍ର ୯ କିଲୋମିଟର ଦୂରରେ ସ୍ଥିତ ମାରଘୁରା ଗାଁ । ଏଠି ବାସ କରନ୍ତି ମାହାର ସମ୍ପ୍ରଦାୟର ପ୍ରାୟ ୧୦୦ ଆଦିବାସୀ ପରିବାର । ଆବାସ ପକ୍କା ଘର ପାଇଥିବା ୧୫-୨୦ ପରିବାରକୁ ଛାଡ଼ିଦେଲେ ବାକି ସଭିଏଁ ଝାଟିମାଟି ଘରେ ଜୀବନ ବିତାନ୍ତି । ସହର ଉପକଣ୍ଠ ସତ୍ତ୍ବେ ଏଠାକୁ ରାସ୍ତା ଖଣ୍ଡେ ନାହିଁ । ବର୍ଷାଦିନେ ଏଠାକାର ମୁଟୁକୁରିଆ ନାଳ ବଢ଼ିଲେ, ବାହ୍ୟ ଜଗତରୁ ବିଚ୍ଛିନ୍ନ ହୁଏ ମାରଘୁରା । ଦେହପା ଖରାପ ହେଲେ, ଦଉଡ଼ି ଟାଣି ରୋଗୀଙ୍କୁ ନାଳର ଏ ପାଖରୁ ସେ ପାଖକୁ ଖଟିଆରେ ବୁହା ହୁଏ । ଆଉ ପାଣି ନ ଖସିବା ଯାଏଁ ପିଲାଙ୍କ ପାଠପଢ଼ାରେ ବନ୍ଧା ହୋଇଯାଏ ଡୋରି । ଏତିକିରେ ସରିନି ମାରଘୁରାର ଦୁଃଖ ।
ଅଧିକ ପଢ଼ନ୍ତୁ--ଧାନମଣ୍ଡି ଜଗିବେ ମନ୍ତ୍ରୀ: ଦୁର୍ନୀତି ରୋକିବାକୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା କାର୍ଯ୍ୟନୁଷ୍ଠାନ
ପ୍ରାୟ ୫୦୦ରୁ ଅଧିକ ଜନବସତି ଥିବା ଏ ପଡ଼ାରେ ପାନୀୟ ଜଳ ଯୋଗାଇବାକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ପାଣି ଟ୍ୟାପ୍ ଲାଗିଛି, ହେଲେ ସେଥିରୁ ପାଣି ଟୋପେ ଝରୁନି । ନଳକୂଅଟିଏ ତ’ ଅଛି, କିନ୍ତୁ ବର୍ଷ ବର୍ଷ ଧରି ଅଚଳ । ପାଣି ପାଇଁ ଗାଁ ପାଖରେ ଥିବା ଶୁଖିଲା ନାଳର ଚୁଆ ଉପରେ ଭରସା କରିବାକୁ ପଡ଼େ । ଖରାଦିନେ ତାହା ବି ଶୁଖିଯାଏ ବୋଲି ଅଭିଯୋଗ କରିଛନ୍ତି ମାହାର ସାହି ବାସିନ୍ଦା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/03/anugul-2025-12-03-16-34-42.jpg)