କନକ ବ୍ୟୁରୋ : ଛତ୍ରପତି ଶିବାଜୀଙ୍କ ଅମଳର ମରାଠା ଦୁର୍ଗକୁ ମିଳିଲା ୟୁନେସ୍କୋର ମାନ୍ୟତା । ବିଶ୍ବ ଐତିହ୍ୟ ତାଲିକାରେ ପାଇଲା ସ୍ଥାନ । ୟୁନେସ୍କୋ ଐତିହ୍ୟ ତାଲିକାରେ ସାମିଲ ହେଲା ‘ମରାଠା ସୈନ୍ୟଭୂମି’, ଯାହା ଭାରତର ୪୪ତମ ୟୁନେସ୍କୋ ମାନ୍ୟତା ପାଇଛି । ପ୍ୟାରିସରେ ୪୭ତମ ବିଶ୍ୱ ଐତିହ୍ୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ବିଦେଶିକ ମନ୍ତ୍ରୀ ଓ ପର୍ଯ୍ୟଟନ ମନ୍ତ୍ରୀ ଟୁଇଟ୍ କରି ସୂଚନା ଦେଇଛନ୍ତି ।
ମହାରାଷ୍ଟ୍ର ଓ ତାମିଲନାଡୁର ୧୨ଟି ଦୁର୍ଗ ସମେତ ସାଲହେର, ଶିବନେରୀ, ଲୋହଗଡ଼, ଖଣ୍ଡେରୀ, ରାୟଗଡ଼, ରାଜଗଡ଼, ପ୍ରତାପଗଡ଼, ସୁବର୍ଣ୍ଣଦୁର୍ଗ, ପାନହାଲା, ବିଜୟଦୁର୍ଗ, ସିନ୍ଧୁଦୁର୍ଗ ଓ ଗିଙ୍ଗୀ ଦୁର୍ଗ ମରାଠା ଶାସକଙ୍କ ସାମରିକ ରଣନୀତି ଓ ସ୍ଥାପତ୍ୟ କୌଶଳକୁ ପ୍ରଦର୍ଶିତ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଏହି ଐତିହାସିକ ସଫଳତାକୁ ପ୍ରଶଂସା କରିଛନ୍ତି ।