ଗଞ୍ଜାମ-କନ୍ଧମାଳ ଜଙ୍ଗଲରେ ଲୁଚିଥିଲେ ମାଓବାଦୀ : ଗୁଳିବିନିମୟରେ ଟଳିଲେ ଟପ୍ ମାଓନେତାଙ୍କ ସମେତ ୪ ମାଓବାଦୀ

Advertisment

ଗଞ୍ଜାମ ଓ କନ୍ଧମାଳ ସୀମାନ୍ତ ଜଙ୍ଗଲରେ ଲୁଚିଥିଲେ ମାଓବାଦୀ । ଛତିଶଗଡ ଓ ତେଲେଙ୍ଗାନାରେ ମାଡ଼ ପରେ ଓଡ଼ିଶାର କନ୍ଧମାଳ ଓ ଗଞ୍ଜାମ ସୀମାଂଚ ଜଂଗଲକୁ ବନାଇଥିଲେ ଆଡ୍ଡାସ୍ଥଳୀ ।

ଗଞ୍ଜାମ ଓ କନ୍ଧମାଳ ସୀମାନ୍ତ ଜଙ୍ଗଲରେ ଲୁଚିଥିଲେ ମାଓବାଦୀ । ଛତିଶଗଡ ଓ ତେଲେଙ୍ଗାନାରେ ମାଡ଼ ପରେ ଓଡ଼ିଶାର କନ୍ଧମାଳ ଓ ଗଞ୍ଜାମ ସୀମାଂଚ ଜଂଗଲକୁ ବନାଇଥିଲେ ଆଡ୍ଡାସ୍ଥଳୀ ।

7PM4

Photograph: (kanaknews)

କନକବ୍ୟୁରୋ : ଗଞ୍ଜାମ ଓ କନ୍ଧମାଳ ସୀମାନ୍ତ ଜଙ୍ଗଲରେ ଲୁଚିଥିଲେ ମାଓବାଦୀ । ଛତିଶଗଡ ଓ ତେଲେଙ୍ଗାନାରେ ମାଡ଼ ପରେ ଓଡ଼ିଶାର କନ୍ଧମାଳ ଓ ଗଞ୍ଜାମ ସୀମାଂଚ ଜଂଗଲକୁ ବନାଇଥିଲେ ଆଡ୍ଡାସ୍ଥଳୀ ।  ଏହି ସୂଚନା ପାଇଁ ନିପାତ ପାଇଁ ସ୍ବତନ୍ତ୍ର ରଣନୀତି କରିଥିଲା ଓଡ଼ିଶା ପୁଲିସ । ଶେଷରେ ଚଢ଼ାଉ କରି ଜଙ୍ଗଲ ଭିତରେ ଥିବା ମାଓ ଗଡକୁ ଧ୍ବଂସ କରିବାରେ ସଫଳ ହୋଇଛନ୍ତି ସ୍ବତନ୍ତ୍ର ସୁରକ୍ଷା ବାହିନୀ । ଗଞ୍ଜାମ ଓ କନ୍ଧମାଳ ଜଂଗଲରେ ଲୁଚିଥିଲେ ମାଓବାଦୀ। ଘଂଚ ଜଙ୍ଗଲ ଭିତରେ ପ୍ରସ୍ତୁତ କରୁଥିଲେ ଆଗାମୀ ରଣନୀତି । ପାନେ ଦେବାକୁ ବ୍ଲିପ୍ରିଣ୍ଟ ପ୍ରସ୍ତୁତ କରିଥିଲା ଓଡ଼ିଶା ପୁଲିସ୍ । 

ସରିବ ପୁରୁଣା ମିଟରର ଯୁଗ : ଏଣିକି ଘରେ ଘରେ ଲାଗିବ ସ୍ମାର୍ଟ ମିଟର

ମାଓବାଦୀ ଚଳପ୍ରବଳ ନେଇ ସୂଚନା ପାଇବା ପରେ ଆରମ୍ଭ କରିଥିଲା ସର୍ଚ୍ଚ ଅପରେସନ ।  ଗଞ୍ଜାମ ଓ କନ୍ଧମାଳ ସୀମାନ୍ତ ଜଂଗଲରେ ଥିବା ମାଓ ଆଡ୍ଡାକୁ ଚାରିପଟୁ ଘେରି ଯାଇଥିଲେ ସୁରକ୍ଷା ବାହିନୀ ।  ଅତର୍କିତ ଚଢ଼ାଉ ପରେ ପୁଲିସ ଉପରକୁ ଗୁଳିମାଡ କରିଥିଲେ ଲାଲ ବାହିନୀ  ।  କଡା ଜବାବ ଦେଇଥିଲେ ଏସଓଜି କମାଣ୍ଡୋ । ପୁଲିସ ଗୁଳିରେ ଟଳି ପଡିଥିଲେ ଟପ୍ ମାଓ ନେତା ଗଣେଶ ଉଇକେଙ୍କ ସମେତ ୪ଜଣ ମାଓ ନେତା ।  ଛତିଶଗଡର ଜୋରଦାର ପ୍ରହାର ପରେ ଓଡ଼ିଶା ମୁହାଁ ହୋଇଥିଲେ ମାଓବାଦୀ ।  ନୂଆପଡ଼ା ଦେଇ କନ୍ଧମାଳ, ଗଞ୍ଜାମ  ସୀମାନ୍ତ ପାହାଡିଆ ଜଂଗଲରେ ଲୁଚି ରହିଥିଲେ ।  

ଏପଟେ ଓଡ଼ିଶାରେ ଥିବା ମାଓବାଦୀ ବି ଶେଷ ପ୍ରଶ୍ବାସ ନେଉଥିଲା। ଟପ୍ ମାଓ ନେତା ଗଣେଶ ଉଇକେ ନେତୃତ୍ବରେ ଜଂଗଲରେ ଆଗାମୀ ରଣନୀତି କରୁଥିଲେ ।  ୬୯ ବର୍ଷିୟ ଗଣେଶର ମୁଣ୍ଡ ଉପରେ ଥିଲା ୧ କୋଟି ୧୦ଲକ୍ଷର ପୁରସ୍କାର। ଓଡ଼ିଶା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଜଙ୍ଗଲରେ ଥିଲା ସକ୍ରିୟ । ସର୍ଚ୍ଚ ଅପରେସନ୍ ବେଳେ ୨୦ ଏସ୍‌ଓଜି, ୨ସିଆରପିଏଫ୍ ଓ ଗୋଟିଏ ବିଏସ୍‌ଏଫ୍ ଟିମ୍ ସର୍ଚ୍ଚ ଅପରେସନ୍‌ରେ ନିୟୋଜିତ ଅଛନ୍ତି ।

 ୨ଟି ଇନ୍‌ସାସ୍ ରାଇଫଲ୍, ଗୋଟିଏ ଥ୍ରି ନଟ୍ ଥ୍ରି ରାଇଫଲ୍ ଜବତ କରାଯାଇଛି । ପୁଲିସ ଡିଜି କହିଛନ୍ତି, ମାଓବାଦୀଙ୍କ ମେରୁଦଣ୍ଡ ଭଙ୍ଗାଯାଇଛି ।  ମାଓବାଦୀ ମାନେ ଅସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ।  ଗୃହମନ୍ତ୍ରୀ ଅମିତ୍ ଶାହା କହିଛନ୍ତି, ନକ୍ସଲବାଦରୁ ମୁକ୍ତ ହେବାର ଦ୍ବାରଦେଶରେ ରହିଛି ଓଡ଼ିଶା । ଖୁବ୍‌ଶୀଘ୍ର ଓଡ଼ିଶା ମାଓମୁକ୍ତ ହେବ ।  ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓମୁକ୍ତ ଭାରତ ପାଇଁ ଲକ୍ଷ୍ୟ ରଖାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe