କନକ ବ୍ୟୁରୋ: ମୁଖିଆ ବିହୀନ ହୋଇଯାଇଛି ମାଓ ସଙ୍ଗଠନ । ବାସବରାଜୁଙ୍କ ସହ ୨ ଟପ୍ ନେତାଙ୍କ ମୃତ୍ୟୁ । ଫଳରେ ମାଓବାଦୀ ମୁକ୍ତ ପାଇଁ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ଧୀରେଧୀରେ ସଫଳ ହେବାରେ ଲାଗିଛି । ଗତକାଲି ଛତିଶଗଡ଼ ଅବୁଝମାଡ ଜଙ୍ଗଲରେ ଏନ୍କାଉଣ୍ଟରରେ ମାଓନେତା ବାସବରାଜୁଙ୍କ ସମେତ ୨୮ ଜଣ ମାଓବାଦୀଙ୍କୁ ନିପାତ କରିଛି ସେନା । ଏହାପରେ ଏକ ଦଶନ୍ଧି ଭିତରେ ପ୍ରଥମ ଥର ପାଇଁ ମୁଖିଆ ବିହୀନ ହୋଇଯାଇଛି ମାଓ ସଙ୍ଗଠନ । ୭୦ ବର୍ଷୀୟ ବାସବରାଜୁ ମାଓବାଦୀଙ୍କ ଟପ୍ ନେତା ଥିଲେ । ଅନ୍ୟ ଦୁଇ ବରିଷ୍ଠ ନେତା ମାଲୋଜୁଲ୍ଲା ବେଣୁଗୋପାଳ ଓରଫ୍ ସୋନୁ ଏବଂ ଥିପିରି ତିରୁପତି ଓରଫ୍ ଦେବଜୀଙ୍କର ମୃତ୍ୟୁ ହୋଇଛି । ଜଣେ ଯବାନ ସହିଦ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ବିଜାପୁର, ନାରାୟଣପୁର, ଦାନ୍ତେୱାଡା, କୋଣ୍ଡାଗାଓଁ ଡିଆରଜି ଯବାନଙ୍କ ପକ୍ଷରୁ ଅପରେସନ ଜାରି ରହିଛି ।
ମୁଖିଆ ବିହୀନ ମାଓ ସଙ୍ଗଠନ
- ମାଓ ମୁଖିଆ ବାସବରାଜୁ ସହ ଦୁଇ ଟପ୍ ନେତା ନିପାତ
- ବରିଷ୍ଠ ନେତା ମାଲୋଜୁଲ୍ଲା ବେଣୁଗୋପାଳ ଓରଫ୍ ସୋନୁର ମୃତ୍ୟୁ
- ମାଓ ଲିଡର୍ ଥିପିରି ତିରୁପତି ଓରଫ୍ ଦେବଜୀ ନିପାତ
- ୭୦ ବର୍ଷୀୟ ବାସବରାଜୁ ମାଓ ସଙ୍ଗଠନର ମୁଖ୍ୟ ଥିଲେ
- ବାସବରାଜୁ ଧରିବା ପାଇଁ ୧.୫ କୋଟି ପୁରସ୍କାର ରଖାଯାଇଥିଲା
- ୬୯ ବର୍ଷୀୟ ବେଣୁଗୋପାଳ ତେଲେଙ୍ଗାନାର ବାସିନ୍ଦା ଥିଲେ
- ବିକମ୍ ପାସ ଦେବଜୀ ମାଓବାଦୀଙ୍କ ମୁଖପାତ୍ର ଭାବେ କାର୍ଯ୍ୟ କରୁଥିଲେ
- ୬୦ ବର୍ଷୀୟ ତିରୁପତି ମଧ୍ୟ ତେଲେଙ୍ଗାନାର ବାସିନ୍ଦା ଥିଲେ
- ତିରୁପତି ଏସ୍ସି ହୋଇଥିବାରୁ ଦଳିତ ସଙ୍ଗଠନର ମୁଖ୍ୟ ଥିଲେ
- ପୂର୍ବ ମାଓ ନେତା ଗଣପତି ଏବେ ଅଣ୍ଡରଗ୍ରାଉଣ୍ଡ୍ ଅଛନ୍ତି
- ମାଓ ସଙ୍ଗଠନ ସହ ତାଙ୍କର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି
- ତିନି ଟପ୍ ମାଓ ନେତାଙ୍କ ମୃତ୍ୟୁ ପରେ ସଙ୍ଗଠନରେ ଭାଳେଣି ପଡ଼ିଛି
- ଏବେ ସଙ୍ଗଠନର ଟପ୍ କମାଣ୍ଡରଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି
- ୨୦୧୮ରୁ ମାଓ ସଙ୍ଗଠନର ମୁଖ୍ୟ ଦାୟିତ୍ବ ନେଇଥିଲେ ବାସବରାଜୁ
- ବାସବରାଜୁ ଓରଫ ନମ୍ବାଲା କେଶବ ରାଓ ୭ ବର୍ଷ ଧରି ସଙ୍ଗଠନ ଚଳାଉଥିଲା
- ମାଓ ମୁଖିଆ ତଥା ସଙ୍ଗଠନର ମହାସଚିବ ଭାବେ ଦାୟିତ୍ୱ ତୁଲାଉଥିଲା
- ଗରିଲା ଯୁଦ୍ଧ, ମାଓ ଅପରେସନର ପରିଚାଳନା କରୁଥିଲା ବାସବରାଜୁ
- ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିଲା ବାସବରାଜୁ
- ଏବେ ବାସବରାଜୁର ମୃତ୍ୟୁ ପରେ ଦଳଭିତରେ କନ୍ଦଳ, ଭୟ ବଢ଼ିବାରେ ଲାଗିଛି
- ଏବେ କେ. ରାମଚନ୍ଦ୍ର ରେଡ୍ଡି, ମୁସୀର ବେସ୍ରା, ପୋଥୁଲା କଳ୍ପନାଙ୍କ ଉପରେ ନଜର
- ଏହି ତିନି ମାଓ ନେତାଙ୍କୁ ଧରିବାକୁ ଯୋଜନା ଚଳାଇଛି ସୁରକ୍ଷା ବାହିନୀ
Follow Us