କନକ ବ୍ୟୁରୋ : ମାଓବାଦୀଙ୍କ ବୋତଲ ବୋମା । କାଚ ବୋତଲ କୁ ବୋମା ଭାବେ ବ୍ୟବହାର କରି ଯବାନଙ୍କୁ ଟାର୍ଗେଟ୍‌ କରୁଛନ୍ତି ମାଓବାଦୀ । ଭଲ କରି ଦେଖନ୍ତୁ ଏହି ଚିତ୍ରକୁ ବୋତଲ ଭିତରେ ଆଇଡି ଖଂଜି ଏହାକୁ ମୋଟି ତଳେ ପୋତି ଦେଉଛନ୍ତି ଲାଲବାହିନୀ । ଯବାନଙ୍କୁ କ୍ଷତି ପହଁଚାଇବା ଲାଗି ବିସ୍ଫୋରଣ କରିବା ଲାଗି ନୂତନ ରଣନୀତି ପ୍ରସ୍ତୁତ କରିଛନ୍ତି ମାଓବାଦୀ । ସୁକୁମା ବିଜାପୁର ଅଞ୍ଚଳରୁ ବାରମ୍ଵାର ଏପରି ବୋତଲ ବୋମା ଜବତ ହବା ଘଟଣା, ସୁରକ୍ଷାକର୍ମୀଙ୍କ ଚିନ୍ତା ବଢାଇ ଦେଇଛି । କାରଣ ଏହା ମେଟାଲ ଡିଟେକ୍ଟରରେ ଅତି ସହଜରେ ଧରା ପଡୁନାହିଁ ।  ପୂର୍ବରୁ ଏହି ବୋତଲକୁ ପେଟ୍ରୋଲ ବୋମା ଭାବେ ବ୍ୟବହାର କରୁଥିଲେ ମାଓବାଦୀ । ତେବେ ବିଜାପୁର ଜଙ୍ଗଲରୁ ଏହି ବୋତଲ ବୋମା ଜବତ ହେବା ପରେ ଏହାକୁ ନଷ୍ଟ କରିଛନ୍ତି ଯବାନ ।