କନକ ବ୍ୟୁରୋ: ଘଞ୍ଚ ଜଙ୍ଗଲରେ ମାଓବାଦୀଙ୍କ ନାଚ ଗୀତ। ଲାଲଗଡ଼ରେ ବାରମ୍ବାର ଏନକାଉଣ୍ଟର, ଗିରଫଦାରୀ ଓ ଆତ୍ମସମର୍ପଣ ଯୋଗୁଁ ଦୁର୍ବଳ ହେଉଛି ମାଓ ସଙ୍ଗଠନ। ଆଉ ଏହାରି ଭିତରେ ସୁରକ୍ଷାକର୍ମୀଙ୍କୁ ଚମକାଇ ଦେଲା ଭଳି ସହିଦ୍ ସପ୍ତାହର ଭିଡିଓ ଜାରି କରିଛି ମାଓ ସଙ୍ଗଠନ। ଲାଲବାହିନୀ ଏବେ ବି କିପରି ସୁଦୃଢ ଓ ଶକ୍ତିଶାଳୀ ଅଛନ୍ତି, ସେହି ବାର୍ତ୍ତା ବାଣ୍ଟିବାକୁ ଉଦ୍ୟମ କରିଛି।
ଘଞ୍ଚ ଜଙ୍ଗଲରେ ମାଓବାଦୀଙ୍କ ନାଚ ଗୀତ। ଲାଲଗଡ଼ରେ ବାରମ୍ବାର ଏନ୍କାଉଣ୍ଟର, ଗିରଫଦାରୀ ଓ ଆତ୍ମସମର୍ପଣ ଯୋଗୁଁ ଦୁର୍ବଳ ହେଉଛି ମାଓ ସଙ୍ଗଠନ। ଆଉ ଏହାରି ଭିତରେ ସୁରକ୍ଷାକର୍ମୀଙ୍କୁ ଚମକାଇ ଦେଲା ଭଳି ସହିଦ୍ ସପ୍ତାହର ଭିଡିଓ ଜାରି କରିଛି ମାଓ ସଙ୍ଗଠନ। ଲାଲବାହିନୀ ଏବେ ବି କିପରି ସୁଦୃଢ ଓ ଶକ୍ତିଶାଳୀ ଅଛନ୍ତି, ସେହି ବାର୍ତ୍ତା ବାଣ୍ଟିବାକୁ ଉଦ୍ୟମ କରିଛି।
କାନ୍ଧରେ ନାଲି ଗାମୁଛା, ଦେହରେ ସବୁଜ ପୋଷାକ। ଛତିଶଗଡ଼ ବସ୍ତରର ଘଞ୍ଚ ଜଙ୍ଗଲରେ ସହିଦ ସପ୍ତାହ ପାଳନ କରୁଛନ୍ତି ଲାଲବାହିନୀ। ମାଓବାଦୀଙ୍କ ଜନନାଟ୍ୟ ମଣ୍ଡଳୀର ସଦସ୍ୟ ଏକାଠି ହୋଇ ନାଚ ଗୀତ ମାଧ୍ୟମରେ ମୃତ ମାଓବାଦୀଙ୍କ ସ୍ମୃତି ଚାରଣ କରୁଛନ୍ତି। ମାଓବାଦୀଙ୍କ ନୀତି ଆଦର୍ଶ ସମ୍ପର୍କରେ ବୁଝାଉଛନ୍ତି ମାଓ ନେତା । ଗତ କିଛି ମାସ ହେବ ଜଙ୍ଗଲରେ ଲଗାତାର ଏନ୍କାଉଣ୍ଟର ସହ ହଜାର ହଜାର ସଂଖ୍ୟକ ମାଓବାଦୀ ଆତ୍ମସମର୍ପଣ କରୁଛନ୍ତି। ଅତି ବିଷମ ପରିସ୍ଥିତି ଦେଇ ଗତି କରୁଥିବା ମାଓ ସଙ୍ଗଠନ ଏହି ଭିଡିଓ ଜାରି କରି, ସଙ୍ଗଠନ ଏବେବି ସୁଦୃଢ଼ ଥିବା ନେଇ ବାର୍ତ୍ତା ଦେଇଛି।
ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ଯାଏଁ ପାଳିତ ହୁଏ ସହିଦ ସପ୍ତାହ । ମୃତ ମାଓବାଦୀଙ୍କୁ ସହିଦର ଆଖ୍ୟା ଦେଇ ସହିଦ ସପ୍ତାହ ପାଳନ କରନ୍ତି ମାଓବାଦୀ। ମାଓ ମୁଖିଆ ବାସବରାଜୁଙ୍କ ଠାରୁ ଆରମ୍ଭ କରି ଚେଲାପତି, ଉଦୟ, ଅରୁଣା ପରି ବହୁ ଟପ୍ କ୍ୟାଡର୍ ମାଓବାଦୀଙ୍କ ସମେତ ପ୍ରାୟ ୫୦୦ ମାଓବାଦୀ ଯବାନଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି। ତେଣୁ ମୃତ ସାଥୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଲାଗି ଏପରି ଆୟୋଜନ କରି ସୁରକ୍ଷା କର୍ମୀଙ୍କୁ ଖୋଲା ଚ୍ୟାଲେଂଜ ଦେଇଛି ମାଓ ସଙ୍ଗଠନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/08/mao-2025-08-08-22-15-57.jpg)