କନକବ୍ୟୁରୋ :ମାଓବାଦୀଙ୍କ ତାଲିବାନୀ ଦଣ୍ଡ। ପ୍ରଜାକୋର୍ଟରେ ଦୁଇ ଗ୍ରାମବାସୀଙ୍କୁ ଫାଶୀଦଣ୍ଡ । ଛତିଶଗଡ ବିଜାପୁରରେ ମାଓବାଦୀଙ୍କ ବର୍ବରକାଣ୍ଡ । ପୁଲିସ ଇନଫର୍ମର ସନ୍ଦେହରେ ପ୍ରଜାକୋର୍ଟରେ ମୃତ୍ୟୁ ଦଣ୍ଡ । ମିରତୁର ଥାନା ଜପ୍ପେମାର୍କା ଗାଁର ମାଡବି ସୁଜା ଓ ପୋଡିୟମ କୋସାଙ୍କୁ ଫାଶୀ ଦେଇଛନ୍ତି ମାଓବାଦୀ । ସୂଚନା ଅନୁସାରେ, ପୁଲିସ ଏନକାଉଣ୍ଟରରେ ଗତ ସପ୍ତାହ ମଧ୍ୟରେ ୧୫ ଜଣ ନକ୍ସଲକୁ ମାରିଥିବା ବେଳେ ସମସ୍ତେ ଆଗଧାଡିର ନକ୍ସଲ ଅଟନ୍ତି । ତେଣୁ ଛତିଶଗଡର ବିଜାପୁର ଜିଲ୍ଲାର ଭେରମଗଡ ଥାନା ଅଂଚଳର ଜେପାମାର୍କା ଗ୍ରାମ ନିକଟସ୍ଥ ଜଂଗଲରେ ନକ୍ସଲ ବସାଇଥିଲେ ପ୍ରଜାକୋର୍ଟ। ଏହା ପୂର୍ବରୁ ଗ୍ରାମର ଦୁଇ ଗ୍ରାମବାସୀ ଏବଂ ଜଣେ ଛାତ୍ରକୁ ପ୍ରଜାକୋର୍ଟରେ ଡାକରା ହୋଇଥିଲା।

ପ୍ରଜାକୋର୍ଟରେ ଦୁଇ ଗ୍ରାମବାସୀ ମାଡବୀ ସୁଜା ଓ ପଡିଆମି କୋସାକୁ ପୁଲିସ ସୂଚନାଦାତା ଭାବେ ଦୋଷୀ କରାଯାଇଥିଲା । ଏନେଇ ନକ୍ସଲ ପ୍ରଜାକୋର୍ଟରେ ଗ୍ରାମବାସୀଙ୍କୁ ଏମାନଙ୍କୁ କି ଦଣ୍ଡ ଦେବା ବୋଲି ପଚାରିବାରୁ ଲୋକେ ଏମାନଙ୍କୁ ଫାଶୀରେ ଝୁଲାଇବାକୁ କହିଥିଲେ । ଲୋକଙ୍କ ମତକୁ ଆଗ୍ରାହ୍ୟ ଦେଇ ନକ୍ସଲ ଏହି ଦୁଇ ଗ୍ରାମବାସୀଙ୍କୁ ଫାଶୀରେ ଝୁଲାଇ ଦେଇଥିଲେ । ସମସ୍ତଙ୍କ ସାମ୍ନାରେ ଏଭଳି ହତ୍ୟା କରାଯାଇଥିଲା । ତେବେ ଛାତ୍ରଙ୍କ ନାମରେ ମଧ୍ୟ ସଂଗୀନ ଅଭିଯୋଗ ରହିଥିବା ବେଳେ ଛାତ୍ର ଆଗକୁ ଏଭଳି କାମ କରିବ ନାହିଁ ବୋଲି ପ୍ରତିଶ୍ରୁତି ଦେବା ପରେ ତାକୁ ଛାଡ଼ି ଦେଇଥିଲେ । ଭୈରମଗଡ଼ ଏରିଆ କମିଟିର ନକ୍ସଲ ଏହି ଘଟଣା ଘଟାଇଥିବା ନେଇ ନିଜକୁ ଦାୟୀ କରିଛନ୍ତି ।  

ଫାଶୀ ଖୁଣ୍ଟରେ ଝୁଲୁଥିବା ଦୁଇ ଗ୍ରାମବାସୀଙ୍କ ଦେହରେ ପୋଷ୍ଟର ମାରି ଚାଲିଯାଇଥିଲେ ମାଓବାଦୀ । ପରେ ଗ୍ରାମବାସୀ ଦୁଇ ଗ୍ରାମବାସୀଙ୍କ ଶବକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଏହି ଦୁଇ ଗ୍ରାମବାସୀ ପ୍ରଜାକୋର୍ଟରେ ନିର୍ଦୋଷ ବୋଲି ନେହୁରା ହୋଇ କହିଥିଲେ ମଧ୍ୟ ଏମାନଙ୍କ କଥାକୁ ମାନିନଥିଲେ । ଲୋକଙ୍କ ମନରେ ଭୟ ଜାତ କରିବା ପାଇଁ ନକ୍ସଲ ଏଭଳି ହଂସା ଘଟାଇ ଲୋକଙ୍କୁ ଭୟଭିତ କରୁଥିବା ପୁଲିସ କହିଛି