ମାଓବାଦୀଙ୍କ ନୂଆ ଅସ୍ତ୍ର । ଘାତକ ସାଜୁଛି ବୋତଲ ବୋମା ।

Advertisment

ପୁଲିସ ଡାଳେ ଡାଳେ ଗଲେ ପତରେ ପତରେ ଯାଉଛନ୍ତି ମାଓବାଦୀ । ଆଉ ବ୍ୟବହାର ହେଉନି ଲ୍ୟାଣ୍ଡମାଇନ, ପ୍ରେସରବୋମା । ଏବେ କାଚ ବୋତଲ ଭିତରେ ଆଇଡି ଖଞ୍ଜି ଯବାନଙ୍କୁ କରୁଛନ୍ତି ଟାର୍ଗେଟ । ମୁକାବିଲା ପାଇଁ ସରକାରୀ ରଣନୀତି ଆରମ୍ଭ । ସେପଟେ ଚଲପତିଙ୍କ ମୃତ୍ୟୁ ପରେ ମାଓ ଶିବିରରେ ଭାଳେଣି, ଆତ୍ମସମର୍ପଣ କଲେଣି ୩୮ ଜଣ  ।

Updated On

ପୁଲିସ ଡାଳେ ଡାଳେ ଗଲେ ପତରେ ପତରେ ଯାଉଛନ୍ତି ମାଓବାଦୀ । ଆଉ ବ୍ୟବହାର ହେଉନି ଲ୍ୟାଣ୍ଡମାଇନ, ପ୍ରେସରବୋମା । ଏବେ କାଚ ବୋତଲ ଭିତରେ ଆଇଡି ଖଞ୍ଜି ଯବାନଙ୍କୁ କରୁଛନ୍ତି ଟାର୍ଗେଟ । ମୁକାବିଲା ପାଇଁ ସରକାରୀ ରଣନୀତି ଆରମ୍ଭ । ସେପଟେ ଚଲପତିଙ୍କ ମୃତ୍ୟୁ ପରେ ମାଓ ଶିବିରରେ ଭାଳେଣି, ଆତ୍ମସମର୍ପଣ କଲେଣି ୩୮ ଜଣ  ।

ଅଦ୍ୟତନ ହୋଇଛି
ksjfk

କନକ ବ୍ୟୁରୋ: ବଦଳୁଛି ମାଓ ରଣନୀତି । ଲ୍ୟାଣ୍ଡମାଇନ, କ୍ଲେମର ମାଇନ୍ ଓ ପ୍ରେସର ବୋମା ପରେ ଏବେ ମାଓବାଦୀଙ୍କ ବୋତଲ ବୋମାର ଚିତ୍ର ସାମନାକୁ ଆସିଛି। କାଚ ବୋତଲ ଭିତରେ ଆଇଡି ଖଞ୍ଜି ଯବାନ ମାନଙ୍କୁ ଟାର୍ଗେଟ୍ କରୁଛନ୍ତି ମାଓବାଦୀ। ସେପଟେ ଏନକାଉଣ୍ଟର ଭୟରେ ଅବୁଝମାଡ ଓ ଦକ୍ଷିଣ ବସ୍ତର ଜଙ୍ଗଲରୁ ମାଓବାଦୀ ମାନେ ଆତ୍ମସମର୍ପଣ କରିବା ଆରମ୍ଭ କରିଛନ୍ତି। ବିଶେଷକରି ଟପ୍ ମାଓନେତା ଚେଲାପତିଙ୍କ ଏନକାଉଣ୍ଟର ପରେ ଏବେ ସଂଗଠନର ଶୀର୍ଷ ନେତା ଭୟଭୀତ ଥିବା ଗୁଇନ୍ଦା ତଥ୍ୟରୁ ଜଣା ପଡିଛି।  
 
ସାଧରଣ କାଚ ପରି ଦେଖାଯାଉଥିବା ଏହି ବୋତଲ ଗୁଡିକୁ ଏବେ ଯବାନମାନଙ୍କୁ ଟାର୍ଗେଟ ପାଇଁ ବ୍ୟବହାର କରୁଛନ୍ତି ଲାଲବାହିନୀ। ବୋତଲ ଭିତରେ ଆଇଇଡି ଭରି ମାଟି ତଳେ ଖଞ୍ଜି ଦିଅନ୍ତି ମାଓବାଦୀ। ଆଉ ଯେତେ ଅଧିକ ବୋତଲ, ବିସ୍ଫୋରଣ ସେତେ ଶକ୍ତିଶାଳୀ। ଗତ ଜାନୁଆରି ୬ ତାରିଖରେ ବିଜାପୁର ଠାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୮ ଡିଆରଜି ଯବାନ ସହିଦ ହେବା ପରେ ମାଟି ତଳୁ ଲ୍ୟାଣ୍ଡମାଇନ୍ ଠାବ ଅଭିଯାନକୁ ଜୋରଦାର କରି ଶତାଧିକ ଲ୍ୟାଣ୍ଡମାଇନ୍ ଠାବ କରିଛି ଛତିଶଗଡ ପୁଲିସ। ତେଣୁ ମାଓବାଦୀ ମାନେ ନିଜ ରଣନୀତି ବଦଳାଇ ଏହି ବୋତଲ ବୋମା ବ୍ୟବହାର କରୁଛନ୍ତି। ତେବେ ଏହାକୁ କୌଣସି ମାଇନ୍ କିମ୍ବା ମେଟାଲ ଡିଟେକ୍ଟିଂ ଡିଭାଇସ୍ ସହଜରେ ଠାବ କରି ପାରୁନଥିବାରୁ ସୁରକ୍ଷା କର୍ମୀଙ୍କ ଚିନ୍ତା ବଢିଛି। 
 
ଚେଲପତିଙ୍କ ମୃତ୍ୟୁ ପରେ ଆତଙ୍କିତ ଲାଲବାହିନୀ
ଆତ୍ମସମର୍ପଣ କଲେଣି ୩୮ ମାଓବାଦୀ
ସେପଟେ ମାଓ ଶିବିର ଉପରେ ଯବାନ ମାନଙ୍କ ବାରମ୍ବାର ଆକ୍ରମଣ ଯୋଗୁ ଏବେ ବ୍ୟାକଫୁଟରେ ମାଓବାଦୀ। ବିଶେଷ କରି ଗରିଆବନ୍ଧ ନୂଆପଡ଼ା ସୀମାରେ ମାଓନେତା ଚେଲାପତିଙ୍କ ମୃତ୍ୟୁ ପରେ ଭୟଭୀତ ହୋଇ ବହୁ ମାଓବାଦୀ ଆତ୍ମସମର୍ପଣ କରିବାରେ ଲାଗିଛନ୍ତି । ବୁଧବାର ଛତିଶଗଡ ନାରାୟଣପୁର ଠାରେ ଅବୁଝମାଡ ଅଞ୍ଚଳରେ ୭ମହିଳାଙ୍କ ସମେତ ୨୯ ମାଓବାଦୀ ଆତ୍ମସମର୍ପଣ କରିଥିଲେ । ଏବେ ସୁକୁମା ଜିଲ୍ଲାରେ ୨ ମାଓଦମ୍ପତ୍ତିଙ୍କୁ ମିଶାଇ ୯ ହାର୍ଡକୋର ମାଓବାଦୀ ସରେଣ୍ଡର କରିଛନ୍ତି । ଏମାନେ ବାଟାଲିୟନ ନମ୍ବର-୧ର ସଦସ୍ୟ ଥିବା ବେଳେ ସମସ୍ତ ୯ଜଣଙ୍କ ନାଁରେ ୫୨ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଆଗକୁ ମଧ୍ୟ ମାଓବାଦୀଙ୍କ ଆତ୍ମସମର୍ପଣ ଧାର ଜାରି ରହିବ ବୋଲି କହିଛନ୍ତି ନାରାୟଣପୁର ଏସପି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe