କନକ ବ୍ୟୁରୋ : ସୈନ୍ୟ ଅଭିଯାନ ରୋକିବାକୁ ମାଓବାଦୀଙ୍କ ଅପିଲ। ତୁରନ୍ତ ବିଜାପୁର ଅୁପରେସନ ବନ୍ଦ କରିବା ଲାଗି ନିବେଦନ । ଶାନ୍ତି ମାର୍ଗରେ ସମସ୍ୟାର ସମାଧାନ ଲାଗି ନିବେଦନ। ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦୀଙ୍କୁ ନିପାତ କରିବାକୁ ନିର୍ଦ୍ଦେଶ ଦେଇଛି ଗୃହମନ୍ତ୍ରଣାଳୟ। ଛତିଶଗଡ଼ ବିଜାପୁରରେ ୧୦୦୦ରୁ ଊର୍ଦ୍ଧ ମାଓବାଦିଙ୍କୁ ଘେରି ସୁରକ୍ଷାକର୍ମୀମାନେ ଏନକାଉଣ୍ଟର କରୁଥିବା ବେଳେ ଭୟଭୀତ ହୋଇପଡିଛନ୍ତି ମାଓବାଦୀ । ପୁଣି ପ୍ରେସ ବିବୃତି ଜାରି କରି ସୈନ୍ୟ ଅଭିଯାନ କରିବାକୁ ନିବେଦନ କରିଛନ୍ତି ମାଓବାଦୀ । ଏଥିସହ ଯୁଦ୍ଧ ବିରତି ଓ ଶାନ୍ତି ବାର୍ତ୍ତା ପ୍ରସ୍ତାବ ମଧ୍ୟ ଦୋହରାଇଛନ୍ତି । ମାଓବାଦୀଙ୍କ  ଉତ୍ତର-ପଶ୍ଚିମ ସବ ଯୋନାଲ ବ୍ୟୁରୋ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି ।