ମାଓବାଦୀ ବିସ୍ଫୋରକ ଲୁଟିଥିବା ସନ୍ଦେହ ; ପଶ୍ଚିମାଞ୍ଚଳ ଆଇଜିଙ୍କ ସୂଚନା, ଡ୍ରାଇଭର ବୟାନ ଆଧାରରେ ହେଉଛି ତଦନ୍ତ

ମାଓବାଦୀ ବିସ୍ଫୋରକ ଲୁଟିଥିବା ସନ୍ଦେହ ; ପଶ୍ଚିମାଞ୍ଚଳ ଆଇଜିଙ୍କ ସୂଚନା, ଡ୍ରାଇଭରର ବୟାନ ଆଧାରରେ ହେଉଛି ତଦନ୍ତ । ସେପଟେ ସରଣ୍ଡା ଜଙ୍ଗଲରେ ତଦନ୍ତ କରୁଛି ଏନଆଇଏ ଟିମ୍ ।

explosives Loot

explosives Loot Photograph: (KanakNews)

କନକ ବ୍ୟୁରୋ: ମାଓବାଦୀ ଲୁଟିଛନ୍ତି ୫ହଜାର କେଜି ବିସ୍ଫୋରକ । ଡ୍ରାଇଭରର ବୟାନକୁ ଆଧାର କରି ତଦନ୍ତ ଚାଲିଥିବା କହିଲେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ । ସୁନ୍ଦରଗଡ଼ ବାଙ୍କୋ ପଥର ଖଣିରୁ ବିପୁଳ ପରିମାଣର ବିସ୍ଫୋରକ ଲୁଟ୍ ଘଟଣାକୁ ନେଇ ଚାଲିଛି ଜୋରଦାର ଖାନତଲାସୀ । ଘଟଣାସ୍ଥଳରେ ଏନଆଇଏ ଟିମ୍ ପହଞ୍ଚି ତନାଘନା ଆରମ୍ଭ କରିଛି । 

କେମିତି, କେଉଁଠି ବିସ୍ଫୋରକ ଲୁଟ୍ ହୋଇଛି ତାହାର ଟିକିନିକି ତଥ୍ୟ ପ୍ରମାଣ ଏକାଠି କରୁଛି ଏନଆଇଏ । କାହିଁକି ଏତେ ପରିମାଣର ବିସ୍ଫୋରକ ଲୁଟ୍‌ ହୋଇଛି, ଏହା ପଛର ଉଦ୍ଦେଶ୍ୟ କ’ଣ ଅଛି, ସେ ସବୁ ଦିଗରୁ ତନାଘନା କରୁଛି ଏନଆଇଏ ଟିମ୍ । ଏତେ ବିସ୍ଫୋରକ ଲୁଟ୍ କରି ମାଓବାଦୀ କିଛି ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରୁଛି କି, ତାହାର ଖୋଳତାଡ଼ କରୁଛି ଟିମ୍ । 

ଦୁଇ ଦିନ ହେବ ପୁଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ । ବରିଷ୍ଠ ଅଧିକାରୀଙ୍କ ସହ ଘଟଣାସ୍ଥଳ ପରିଦର୍ଶନ କରି ତନାଘନା କରିଛନ୍ତି ପୋଲିସ ଡିଜି । ଅନ୍ୟପଟେ ମାଓବାଦୀଙ୍କ ହାତରେ ବିସ୍ଫୋରକ ଲାଗିଥିବା ସନ୍ଦେହରେ ଡିଭିଏଫ୍ ଓ ଝାଡଖଣ୍ଡ ସିଆରପିଏଫ୍ ପକ୍ଷରୁ କମ୍ବିଂ ଅପରେସନ୍‌କୁ ଜୋରଦାର କରାଯାଇଛି । ଲୁଟ୍ ଘଟଣାର ୪୮ ଘଣ୍ଟା ପରେ ବି ପୋଲିସ ହାତ ଖାଲି । ନିଜେ ଡିଜିପି ଘଟଣାର ତଦାରଖ କରୁଛନ୍ତି । ଏଠି ପ୍ରଶ୍ନ ଉଠୁଛି କୁଆଡ଼େ ଗଲା ବିସ୍ଫୋରକ ସାମଗ୍ରୀ ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe