କନକ ବ୍ୟୁରୋ: ଶାନ୍ତି ପାଇଁ ପୁଣି ପ୍ରସ୍ତାବ ରଖିଲେ ମାଓବାଦୀ । ଶାନ୍ତି ବାର୍ତ୍ତା ଲାଗି ଅନୁକୂଳ ବାତାବରଣ ସୃଷ୍ଟି କରିବା ପାଇଁ ସୁପାରିଶ କରିବାକୁ ବୁଦ୍ଧିଜୀବି, ସ୍ଥାନୀୟ ନେତୃତ୍ବ ଓ ସାମ୍ବାଦିକଙ୍କୁ ଅପିଲ କରିଛନ୍ତି । ମାଓ ଅପରେସନ ବନ୍ଦ ଲାଗି ସରକାରଙ୍କୁ ଆହ୍ବାନ ଦେଇଛନ୍ତି ମାଓବାଦୀ । ଅପରେସନ ବନ୍ଦ ହେଲେ ଶାନ୍ତି ବାର୍ତ୍ତା ଆଗେଇ ପାରିବ । ଉତ୍ତର ପଶ୍ଚିମ ସବ୍ ଜୋନାଲ ବ୍ୟୁରୋ ପକ୍ଷରୁ ଏଭଳି ଏକ ପ୍ରେସ୍ ବିବୃତି ଜାରି କରାଯାଇଛି । ଏହା ପୂର୍ବରୁ କେନ୍ଦ୍ରୀୟ କମିଟି ପକ୍ଷରୁ ପ୍ରେସ୍ ବିବୃତି ଜାରି କରି ଶାନ୍ତି ପ୍ରତିଷ୍ଠା ପାଇଁ ଅପିଲ୍ କରାଯାଇଥିଲା ।
ଦେଶକୁ ମାଓମୁକ୍ତ କରିବା ପାଇଁ ଘନଘନ ଅପରେସନ ଚାଲିଥିବା ବେଳେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି ମାଓବାଦୀ । ୧୫ ମାସରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩୦୦ରୁ ଅଧିକ ମାଓବାଦୀ ନିହତ ହୋଇଛନ୍ତି । ସେପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ଆତ୍ମସମର୍ପଣ ପାଇଁ ମାଓବାଦୀଙ୍କୁ ଅପିଲ୍ କରାଯାଇଛି । ଏଥିପାଇଁ ପ୍ରୋତ୍ସାହନ ରାଶି ଘୋଷଣା ସହ ସ୍ବତନ୍ତ୍ର ପଲିସ ମଧ୍ୟ ରହିଛି । ତେବେ ୨୦୨୬ ମାର୍ଚ୍ଚ ସୁଦ୍ଧା ପୂରା ଭାରତବର୍ଷକୁ ମାଓମୁକ୍ତ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି।