ଭୁଶୁଡୁଛି ମାଓ ଦୁର୍ଗ । ଛତିଶଗଡ ବିଜାପୁରରେ ୨୪ ମାଓବାଦୀଙ୍କ ଆତ୍ମସମର୍ପଣ

ଆତ୍ମସମର୍ପଣ କରି ଥିବା ୨୪ ମାଓବାଦୀଙ୍କ ନାଁରେ ୮୭ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା

MAOBADI23

Photograph: (kanaknews)

କନକବ୍ୟୁରୋ : ଭୁଶୁଡୁଛି ମାଓ ଦୁର୍ଗ । ଛତିଶଗଡ ବିଜାପୁର ଠାରେ ୨୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଓଡିଶା କେକେବିଏନ୍ ଡିଭିଜନରେ ସକ୍ରିୟ ଥିବା ଜଣେ ମାଓବାଦୀଙ୍କ ସମେତ ବହୁ କାଡର ମାଓବାଦୀ ବିଜାପୁର ଠାରେ ଆତ୍ମସମର୍ପଣ କରିଛନ୍ତି । ବିଶେଷ କରି ମାଓବାଦୀଙ୍କ ପିଏଲଜିଏ କମ୍ପାନୀର କମାଣ୍ଡର, ବାଟାଲିୟନ ନଂ ୧, ମାଓ ଡିଭିଜନ କମିଟିର ବହୁ କମାଣ୍ଡର ବିଜାପୁର ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । 

ଆତ୍ମସମର୍ପଣ କରି ଥିବା ୨୪ ମାଓବାଦୀଙ୍କ ନାଁରେ ୮୭ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା । ସମସ୍ତଙ୍କୁ ୫୦ ହଜାର ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରି ସମାଜର ମୁଖ୍ୟ ଧାରାକୁ ସ୍ବାଗତ କରିଛନ୍ତି ବିଜାପୁର ଏସପି, ସିଆରପିଏଫ୍ ଜିଆଇଜି ଓ ପୁଲିସର ବରିଷ୍ଠ ଅଧିକାରୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe