କନକ ବ୍ୟୁରୋ : ଦକ୍ଷିଣ ଓଡ଼ିଶାରେ କମିଛି ମାଓବାଦୀଙ୍କ ଦବଦବା । ଅନ୍ୟପଟେ ରାଉରକେଲା ସରଣ୍ଡା ଜଙ୍ଗଲ ଛୋଟାନାଗରାରେ ମୋବାଇଲ ଟାୱାର ଉଡ଼ାଇଦେଇଛନ୍ତି ମାଓବାଦୀ । ଏୟାରଟେଲ ମୋବାଇଲ ଟାୱାରକୁ ସମ୍ପୂର୍ଣ ଭାବରେ ପୋଡ଼ି ନଷ୍ଟ କରିଦେଇଛନ୍ତି ଲାଲବାହିନୀ । ଛୋଟାନାଗରାର ବାହାଡ଼ା ଗାଁରେ ବହୁ ସଂଖ୍ୟକ ସଶସ୍ତ୍ର ମାଓବାଦୀ ପହଞ୍ଚି ମୋବାଇଲ ଟାୱାର ଉପକରଣକୁ ନିଆଁ ଲଗାଇ ଦେଇଛନ୍ତି । ଏହି ଘଟଣା ପରେ, ଅଞ୍ଚଳରେ ମୋବାଇଲ ନେଟୱାର୍କ ବିଚ୍ଛିନ୍ନ ହୋଇଯାଇଛି । ଏହା ବ୍ୟତୀତ, ମାଓବାଦୀମାନେ ମୋବାଇଲ ଟାୱାର ଚାରିପାଖରେ ମାଓ ପୋଷ୍ଟର ଲଗାଇଛନ୍ତି । ପୋଷ୍ଟର ମାଧ୍ୟମରେ, ମାଓବାଦୀମାନେ ପୁଲିସ ଦ୍ୱାରା କରାଯାଉଥିବା ନକ୍ସଲ ବିରୋଧୀ ଅଭିଯାନର ପ୍ରତିବାଦ କରିଛି ।
ସେମାନେ ସଂଗଠନ ଦ୍ଵାରା ପ୍ରତିଶୋଧର ସପ୍ତାହ ପାଳନ କରିବା ବିଷୟରେ ମଧ୍ୟ ପୋଷ୍ଟରରେ ଉଲ୍ଲେଖ କରିଛି । ସେମାନେ ଏହା ମଧ୍ୟରେ ଚେତାବନୀ ଦେଇଛନ୍ତି ଯେ ଅକ୍ଟୋବର୧୫ ତାରିଖରେ ବିହାର ଏବଂ ଝାଡ଼ଖଣ୍ଡ ସମେତ ପଡ଼ୋଶୀ ରାଜ୍ୟରେ ବ୍ୟାପକ ମାଓ ହଡ଼ତାଳ ଜାରି ରହିବ । ଏହି ମାଓ ଆକ୍ରମଣ ପରେ ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଯାଇଛି । ତିନିଦିନ ପୂର୍ବେ ମଧ୍ୟ ମାଓବାଦୀମାନେ ଝାଡ଼ଖଣ୍ଡ ସ୍ଥିତ ମନୋହରପୁର ଠାରେ ଏକ ମୋବାଇଲ୍ ଟାୱାରକୁ ନିଆଁ ଲଗାଇ ନଷ୍ଟ କରିଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/14/33-2025-10-14-11-12-24.jpg)