କନକ ବ୍ୟୁରୋ : ଶସ୍ତ୍ର ତ୍ୟାଗ କରିବେ ମାଓବାଦୀ । ସଶସ୍ତ୍ର ଆନ୍ଦୋଳନକୁ ଅସ୍ଥାୟୀ ଭାବେ ଦେବେ ବିରାମ । ଶାନ୍ତିବାର୍ତ୍ତାର ଅପିଲ୍ କରି ପ୍ରେସ୍ ବିବୃତି ଜାରି କରିଥିବା ବେଳେ ଏଥର ମାଓବାଦୀଙ୍କ ସ୍ୱର କିନ୍ତୁ ସମ୍ପୂର୍ଣ୍ଣ ଅଲଗା । କାରଣ ମାଓବାଦୀମାନେ ବନ୍ଧୁକ ଛାଡ଼ି ରାଜନୈତିକ ପଦ୍ଧତିରେ ଲୋକଙ୍କ ସମସ୍ୟାର ସମାଧାନ କରିବେ ବୋଲି କହିଛନ୍ତି । ଶାନ୍ତି ବାର୍ତ୍ତା ପାଇଁ ବ୍ୟାକୁଳ ହେଉଛନ୍ତି ମାଓବାଦୀ । ସଶସ୍ତ୍ର ଆନ୍ଦୋଳନକୁ ବିରାମ ଦେଇ ବନ୍ଧୁକ ଛାଡ଼ି ସମାଜର ମୁଖ୍ୟ ଧାରା ସହ ଯୋଡ଼ି ହେବେ । କେନ୍ଦ୍ରୀୟ କମିଟିର ପ୍ରବକ୍ତା ଉଭୟଙ୍କ ପକ୍ଷରୁ ଜାରି ହୋଇଛି ପ୍ରେସ୍‌ ବିବୃତି । ଶାନ୍ତି ବାର୍ତ୍ତା ପାଇଁ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ସହ ମାଓ ପ୍ରଭାବିତ ରାଜ୍ୟର ସରକାରଙ୍କୁ ଅନୁରୋଧ କରିଛି ସଂଗଠନ । ସରକାରଙ୍କ ସହ ଚର୍ଚ୍ଚା କରିବା ଲାଗି ୩୦ ଦିନିଆ ଯୁଦ୍ଧ ବିରତି ଲାଗି ସରକାରଙ୍କ ନିକଟରେ ଅପିଲ କରାଯାଇଛି । 

ବର୍ଷକରେ ୭ କେନ୍ଦ୍ରୀୟ କମିଟିଙ୍କ ଏନ୍‌କାଉଣ୍ଟର
୨୦ ମାସରେ ୫୦୦ ମାଓବାଦୀ ମୃତ

Advertisment

ବାରମ୍ବାର ଏନ୍‌କାଉଣ୍ଟର ପରେ ଦୁର୍ବଳ ମାଓ ସଙ୍ଗଠନ । ମାଓନେତା ମୁଖିଆ ବାସବରାଜୁଙ୍କ ଏନ୍‌କାଉଣ୍ଟର ପରେ ଥିପୁରି ତିରୁପତି ଓରଫ ଦେବୁଜୀଙ୍କୁ ମାଓ ମୁଖିଆ ଦାୟିତ୍ୱ ଦିଆଯାଇଛି । ହେଲେ ସଙ୍ଗଠନ ସଶକ୍ତ ହେବା ବଦଳରେ ଦୁର୍ବଳ ହେବାରେ ଲାଗିଛି । ବର୍ଷକ ମଧ୍ୟରେ ଗିରଫ ହୋଇଛନ୍ତି ୮୫୦ ମାଓବାଦୀ । ୧୭୦୦ ଜଣ ଆତ୍ମସମର୍ପଣ କରିଛନ୍ତି ।