Maoist Organisation Photograph: (Kanak News)
କନକ ବ୍ୟୁରୋ : ମୁରବିହୀନ ହେଲା ମାଓ ସଙ୍ଗଠନ । ମାଓ ମହାସଚିବ ଥିପୁରୀ ତିରୁପତି ଓରଫ ଦେବଜୀଙ୍କ ଆତ୍ମସମର୍ପଣ । ତେଲେଙ୍ଗାନା ପୁଲିସ ଡିଜିଙ୍କ ନିକଟରେ ଆତ୍ମସମର୍ପଣ କଲା କୁଖ୍ୟାତ ମାଓବାଦୀ ଥିପୁରୀ ତିରୁପତି । ତାଙ୍କ ସହ ଆହୁରି ୩ ମୋଷ୍ଟ ୱାଣ୍ଟେଡ୍ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସିସିଏମ ମାଲ୍ଲାରାଜୀ ରେଡ୍ଡୀ ଓରଫ ସଂଗ୍ରାମୀ, ତେଲେଙ୍ଗା ଷ୍ଟେଟ କମିଟି ସଚିବ ବଡେଚୋଖା ରାଓ ଓରଫ ଦାମୋଦର ଏବଂ ଏସିଏମ ନରସିମ୍ହା ରେଡ୍ଡୀ ଓରଫ ଗଗନ୍ନା ଆତ୍ମସମର୍ପଣ କରିଛନ୍ତି । ମାଓ ବିରୋଧୀ ଅପରେସନ୍ ଦିନକୁ ଦିନ ବଢିଚାଲିଥିବା ବେଳେ ଧିରେ ଧିରେ ମାଓ ଗତିବିଧି ବି ସଂକୁଚିତ ହେବାରେ ଲାଗିଛି । ଲଗାତାର ସର୍ଚ୍ଚ ଅପରେସନ୍ ମାଓବାଦୀଙ୍କୁ ଦୁର୍ବଳ କରିବାରେ ଲାଗିଛି । ଫଳରେ ଆଜି ପୁଲିସ ପାଖରେ ଆତ୍ମସମର୍ପଣ କରିଛି ମାଓ ମହାସଚିବ ।
ଅଧିକ ପଢ଼ନ୍ତୁ : ଡ୍ରେନ୍ କାମ ବେଳେ ଭୁଶୁଡ଼ିଲା ପାଚେରୀ, ୨ ମୃତ
Follow Us