ସାମ୍ନାକୁ ଆସିଲା ମାଓ ମୁଖିଆ ବାସବରାଜୁର ଶେଷ ଚିଠି : ଖୋଜି ଖୋଜି ଡିଆରଜି ଯବାନ ମାରିଦେବେ ବୋଲି ଚିଠିରେ ଥିଲା ଉଲ୍ଲେଖ

ଲୁଚି ଯାଅ, ଖୋଜି ଖୋଜି ମାରିବ ଡିଆରଜି । ଏମିତି ଲେଖା ଥିବା ଟପ୍ ମାଓ ନେତା ବାସବ ରାଜୁଙ୍କ ଶେଷ ଚିଠି ସାମ୍ନାକୁ ଆସିଛି ।

mao 1234

Photograph: (kanaknews)

କନକବ୍ୟୁରୋ : ଲୁଚି ଯାଅ, ଖୋଜି ଖୋଜି ମାରିବ ଡିଆରଜି । ଏମିତି ଲେଖା ଥିବା ଟପ୍ ମାଓ ନେତା ବାସବ ରାଜୁଙ୍କ ଶେଷ ଚିଠି ସାମ୍ନାକୁ ଆସିଛି । ମାଓ ନିପାତ ଅପରେସନ ଜୋରଦାର ଚାଲିଥିବା ବେଳେ ଏମିତି କିଛି ଲେଖିଥିଲା ମାଓନେତା ବାସବରାଜୁ । ସାଥି ମାଓବାଦୀଙ୍କୁ ଲୁଚି ଯିବାକୁ ପରାମର୍ଶ ଦେବା ସହ ଡିଆରଜି ଯବାନ ମାନେ ଖୋଜି ବାହାର କରିବେ ଏବଂ ଖୋଜି ଖୋଜି ମାରିବେ ବୋଲି ଚିଠିରେ ଲେଖିଥିଲେ ମାଓ ନେତା ବାସବରାଜୁ ।

ମୃତ୍ୟୁ ପୂର୍ବରୁ ଏପରି ହାତ ଲେଖା ଚିଠି ଲେଖି ଥିଲେ ମାଓ ମୁଖିଆ । ଛତିଶଗଡ଼ ଅବୁଝାମାଡ଼ ଜଙ୍ଗଲର ଜାଟଲୁ ଅଞ୍ଚଳରେ ବଡ଼ବଡ଼ ମାଓନେତା ଓ କମାଣ୍ଡର ଏକାଠି ହୋଇଥିବା ବେଳେ ବଡ଼ ଅପରେସନ କରିଥିଲେ ସୁରକ୍ଷାକର୍ମୀ ।  ଛତିଶଗଡ଼ର ନାରାୟଣପୁର ସମେତ ଦାନ୍ତେୱାଡ଼ା ଓ କୋଣ୍ଡାଗାଓଁର ଡିଆରଜି ଯବାନଙ୍କ ପକ୍ଷରୁ ପୂରା ଅଞ୍ଚଳକୁ ଘେରାବନ୍ଦୀ କରି ମାଓବାଦୀଙ୍କୁ ନିପାତ କରାଯାଇଥିଲା । ଏନକାଉଣ୍ଟରରେ ମାଓ ସଂଗଠନର ବଡ଼ନେତା ନମ୍ବାଲା କେଶବ ରାଓ ଓରଫ ବାସବରାଜୁଙ୍କ ସମେତ ୨୭ କ୍ୟାଡର ମାଓବାଦୀ ନିହତ ହୋଇଥିଲେ । 


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe