୨୨ଜଣ ସୈନ୍ୟଙ୍କ ହତ୍ୟାକାରୀ ମାଓ କମାଣ୍ଡର ନିହତ, ସେନା ଏନକାଉଣ୍ଟରରେ ଗଲା ଜୀବନ

Advertisment

ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ଜଣେ ଶୀର୍ଷ ମାଓ କମାଣ୍ଡର ନିହତ ହୋଇଛି । ଏହା ସହ ଗୋଟିଏ ଏକେ-୪୭ ରାଇଫଲ ବି ଜବତ କରାଯାଇଛି । ନିହତ ମାଓ କମାଣ୍ଡର ଉଧମ ସିଂହ ବୋଲି ଚିହ୍ନଟ କରାଯାଇଛି।

ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ଜଣେ ଶୀର୍ଷ ମାଓ କମାଣ୍ଡର ନିହତ ହୋଇଛି । ଏହା ସହ ଗୋଟିଏ ଏକେ-୪୭ ରାଇଫଲ ବି ଜବତ କରାଯାଇଛି । ନିହତ ମାଓ କମାଣ୍ଡର ଉଧମ ସିଂହ ବୋଲି ଚିହ୍ନଟ କରାଯାଇଛି।

Maoist

Maoist Photograph: (kanak news)

କନକ ବ୍ୟୁରୋ : ଛତିଗଡ଼ର ମାଓ ପ୍ରବଣ ଅଞ୍ଚଳ ବିଜାପୁରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି । ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ଜଣେ ଶୀର୍ଷ ମାଓ କମାଣ୍ଡର ନିହତ ହୋଇଛି । ଏହା ସହ ଗୋଟିଏ ଏକେ-୪୭ ରାଇଫଲ ବି ଜବତ କରାଯାଇଛି । ନିହତ ମାଓ କମାଣ୍ଡର ଉଧମ ସିଂହ ବୋଲି ଚିହ୍ନଟ କରାଯାଇଛି। ସେ ବସ୍ତରରେ ସକ୍ରିୟ ଥିବା ଜଣେ କୁଖ୍ୟାତ ମାଓ କମାଣ୍ଡର ଥିଲା। ତା’ ଉପରେ ୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା ।

ପୁଲିସ ସୂତ୍ର ଅନୁଯାୟୀ, ଉଧମ ସିଂହ ୨୦୨୧ ତେକୁଲଗୁଡେମ୍ ନକ୍ସଲ ଆକ୍ରମଣରେ ସାମିଲ ଥିଲା, ଯେଉଁଥିରେ ୨୨ ସୈନିକ ପ୍ରାଣ ହରାଇଥିଲେ। ସେ ଆହୁରି ଅନେକ ଘଟଣାରେ ମଧ୍ୟ ଜଡିତ ଥିଲା। ସେ ତେକୁଲଗୁଡେମ ନକ୍ସଲ ଆକ୍ରମଣରେ ଜଡିତ ପ୍ରମୁଖ ନେତାମାନଙ୍କ ମଧ୍ୟରୁ ଜଣେ ଥିଲା ଏବଂ ଆକ୍ରମଣ ଯୋଜନାରେ ସାମିଲ ଥିବା କୁହାଯାଉଛି। ଡିଭିସିଏମ୍ ଉଧମ ସିଂହ ପ୍ଲାଟୁନ୍ ନମ୍ବର ୩୦ର କମାଣ୍ଡର ଥିଲା। ସେ ଜାଗୁରଗୁଣ୍ଡା ଏରିଆ କମିଟିର ଦାୟିତ୍ୱ ମଧ୍ୟ ତୁଲାଇଥିଲା। ସୁରକ୍ଷା ବାହିନୀ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ତା’ ମୁଣ୍ଡ ଉପରେ ୮ ଲକ୍ଷ ଟଙ୍କାର ପୁରସ୍କାର ରିଶି ଥିଲା ।

ଅଧିକ ପଢ଼ନ୍ତୁ---ଫିଲିପାଇନ୍ସରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ଏକ ହଜାର ଘର, ବେସାହାରା ହୋଇଗଲେ ୫ହଜାର ଲୋକ

ତେବେ ଗୁରୁବାର ସକାଳ ସାଢ଼େ ୭ଟାରୁ ଆରମ୍ଭ ହୋଇଥିବା ଏହି ଏନକାଉଣ୍ଟରରେ ୧୨ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏଥିମଧ୍ୟରୁ ୮ଜଣ ମହିଳା ଓ ୪ଜଣ ପୁରୁଷ ରହିଛନ୍ତି। ଏଠାରେ କହିରଖୁଛୁ କି ଖବର ଲେଖିବା ସମୟରେ ଏହି ଏନକାଉଣ୍ଟର ଜାରି ରହିଛି । ସମସ୍ତ କର୍ମଚାରୀ ସୁରକ୍ଷିତ ଭାବରେ ଫେରିବା ପରେ ଅପରେସନ୍ ବିଷୟରେ ଅଧିକ ସୂଚନା ଜାରି କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe