କନକ ବ୍ୟୁରୋ : ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ପୁଣି ମାଓ ଗତିବିଧି ଦେଖାଦେଇଛି । ନୂଆପଡା ଜିଲ୍ଲା ବୋଡ଼େନ ଥାନା କାଠଫାର-ଛତାପାଣି ଜଙ୍ଗଲରୁ ଏକ ମାଓ କ୍ୟାମ୍ପ ଠାବ ହୋଇଛି । କୌଣସି ଏକ ବଡ଼ ଯୋଜନାକୁ ପଣ୍ଡ କରିଛନ୍ତି ଯବାନ । ମାଓକ୍ୟାମ୍ପରୁ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି । ଓଡ଼ିଶା-ଛତିଶଗଡ ସୀମାନ୍ତରେ ମାଓବାଦୀମାନେ ସକ୍ରିୟ ହେଉଥିବା ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା । ପରେ ନୂଆପଡ଼ା ଡିଭିଏଫ ଟିମ ଓ ସିଆରପିଏଫ-୧୯ ଅପରେସନ ଆରମ୍ଭ କରିଥିଲା । ମାଓବାଦୀମାନେ ଖବର ପାଇ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । ପରେ ଯବାନମାନେ ଏକ ମାଓ କ୍ୟାମ୍ପ ଠାବ କରିଥିଲେ ।
ସେଠାରୁ ଗୋଟିଏ ଦେଶୀ ବନ୍ଧୁକ, ୨୪ଟି ଗୁଳି, ୧୦ଟି ଜିଲୋଟିନ୍ ଷ୍ଟିକ, ଡିଟୋନେଟର ୩ଟି, ବାରୁଦ ୫୦ ଗ୍ରାମ ସମେତ ବହୁ ମାଓ ସାମଗ୍ରୀ କରିଥିଲେ । ଚଳିତ ମାସ ୮ତାରିଖ ସିନାପାଲି ଥାନା ଝାରବନ୍ଧ ଗାଁ ନିକଟ ନାରାୟଣ ଡୁଙ୍ଗୁରୀ ସଂରକ୍ଷିତ ଜଙ୍ଗଲରୁ ଏକ ମାଓକ୍ୟାମ୍ପ ଠାବ ହୋଇଥିଲା । ଜିଲ୍ଲାରେ ମାଓବାଦୀମାନେ କ୍ରମାଗତ ଭାବେ ସେମାନଙ୍କ ଉପସ୍ଥିତ ଜାହିର କରୁଥିବାରୁ ଜିଲ୍ଲା ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଛି । ସ୍ଥାନୀୟ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖ୍ ସମ୍ପୃକ୍ତ ଜଙ୍ଗଲରେ ଯବାନଙ୍କ କମ୍ବିଂ ଅପରେସନ ଚାଲିଥିବା ଏସପି ଜିଆର ରାଘବେନ୍ଦ୍ର ସୂଚନା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/07/26/bgtt-2025-07-26-09-22-25.jpg)