କନକ ବ୍ୟୁରୋ: ମହମ୍ମଦ ମନସୁରୀର ଲଭ ଜିହାଦ ଜାଲରେ ଫସିଛନ୍ତି ଅନେକ ଯୁବତୀ । ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବା ପରେ ମନସୁରୀକୁ ରିମାଣ୍ଡରେ ଆଣି ତଥ୍ୟ ବାହାର କରିବାକୁ ଉଦ୍ୟମ ଆରମ୍ଭ କରିଛି କମିଶନରେଟ ପୁଲିସ । ସବୁ ସତ ବାହାର କରିବାକୁ ବିହାର ଓ କାଶ୍ମୀର ପୁଲିସ ସହ ବି ଯୋଗାଯୋଗ କରାଯାଇଛି ।
ମହମ୍ମଦ ସମୀର ମନସୁରି,ଜଣେ କି ଦୁଇଜଣ ନୁହେଁ,ଲଭ ଜିହାଦର ମାୟାଜାଲରେ ଆହୁରି ଅନେକ ଯୁବତୀଙ୍କୁ ଫସାଇ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ କରି ବ୍ଲାକମେଲ କରିବା ସହ ଧର୍ମ ପରିବର୍ତନ କରିବାକୁ ଷଡଯନ୍ତ୍ର କରିଥିଲା । ଅନଲାଇନ ଗେମ୍ ଫ୍ରି ଫାୟାର ମାଧ୍ୟମରେ ବିଭିନ୍ନ ଯୁବତୀଙ୍କ ସହ ସମ୍ପର୍କ ଯୋଡି ସେମାନଙ୍କୁ ଫସାଇବାର ମାଷ୍ଟରପ୍ଲାନ ପ୍ରସ୍ତୁତ କରୁଥିଲା । ଟଙ୍କା ନଦେଲେ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଗୁଡିକୁ ପରିବାର ଲୋକ ଓ ସାଙ୍ଗମାନଙ୍କୁ ପଠାଇବାକୁ ମଧ୍ୟ ପଛାଉ ନଥିଲା । କମିଶନରେଟ ପୋଲିସ ଦ୍ୱାରା ଭୁବନେଶ୍ୱରରୁ ଗିରଫ ହେବା ପରେ ସମିରକୁ ପାଞ୍ଚ ଦିନିଆ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରାଯାଇଛି । ଆଉ କେତେଜଣ ଯୁବତୀଙ୍କୁ ବ୍ଲାକମେଲ କରିଛି ଓ କେତେଜଣଙ୍କୁ ଫସାଇ ଧର୍ମ ପରିବର୍ତ୍ତନ କରାଇଛି ସେ ତଥ୍ୟ ବାହାର କରିବାକୁ ଉଦ୍ୟମ କରୁଛି ପୋଲିସ ।
ମୋବାଇଲ ଫୋନରେ ଲୁଚିଛି ରହସ୍ୟ
କାଶ୍ମୀର ପୁଲିସ ସହ ସମ୍ପର୍କରେ କମିଶନରେଟ ପୋଲିସ
ଏହି ଘଟଣାର ତଦନ୍ତ କରିବା ପାଇଁ ବିହାର ଓ କାଶ୍ମୀର ପୋଲିସ ସହ ଯୋଗାଯୋଗରେ ଅଛି କମିଶନରେଟ ପୋଲିସ । ବର୍ତ୍ତମାନ ସମୀର କେତେଜଣ ଯୁବତୀଙ୍କୁ ନିଜ ମାୟାଜାଲରେ ଫସାଇଛି? ସେନେଇ ତଦନ୍ତ ହେଉଛି । ସମୀର ମନସୁରର ବ୍ୟାକଗ୍ରାଉଣ୍ଡ ଯାଞ୍ଚ କରାଯାଉଛି। ସମୀରର ବିଭିନ୍ନ ସୋସିଆଲ ମିଡିଆ ଆକାଉଣ୍ଟର ଖୋଳତାଡ ଚାଲିଛି ।
ଅନ୍ୟ ରାଜ୍ୟର ଥାନାରେ ଅପରାଧିକ ମାମଲା ନେଇ ତଦନ୍ତ ହେଉଛି । କେଉଁ ଅପରାଧିକ ଗ୍ୟାଙ୍ଗ ସହ ସମୀରର ଲିଙ୍କ ଅଛି ସେନେଇ ଅଧିକ ତଦନ୍ତ ଚାଲିଛି । ବ୍ୟାଙ୍କ ଆକାଉଣ୍ଟ ଟ୍ରାଞ୍ଜାକ୍ସନକୁ ମଧ୍ୟ ଯାଞ୍ଚ କରାଯାଉଛି । ସମୀରର ମୋବାଇଲ,ଲାପଟପ ଓ ଅନ୍ୟାନ୍ୟ ସାମଗ୍ରୀକୁ ଫରେନସିକ ଲ୍ୟାବକୁ ପଠାଯାଇଛି । ଯଦି ଆଉ କେହି ଯୁବତୀ ମହମ୍ମଦ ସମୀର ମନସୁର ମାୟାଜାଲରେ ଫଶିଥାନ୍ତି ତେବେ ତୁରନ୍ତ ଯୋଗାଯୋଗ କରିବାକୁ ଅପିଲ କରିଛି କମିଶନରେଟ ପୁଲିସ।