କନକବ୍ୟୁରୋ : ଅନେକ ମହିଳାଙ୍କର ବାନ୍ତି ସମସ୍ୟା ଦେଖା ଦେଇଥାଏ। ଯଦିଓ ଏହା ଏକ ପ୍ରାକୃତିକ ପ୍ରକ୍ରିୟା, ତଥାପି ବାରମ୍ବାର ଏପରି ହେବା ଦ୍ୱାରା ଶରୀରରୁ ଜଳିୟାଂଶ କମିବା ସହ ଦୁର୍ବଳ ଲାଗିଥାଏ, ଯାହାକୁ ଦୂରେଇବାଲାଗି କେତେକ ଘରୋଇ ଉପଚାର ଲାଭଦାୟକ…
ଏ ସମୟରେ ବାନ୍ତି ନ ହେବା ଲାଗି ଅଧିକ ତେଲମସଲା ଯୁକ୍ତ ଖାଦ୍ୟ କିମ୍ବା ଅରୁଚିକର ଲାଗୁଥିବା ଖାଦ୍ୟ ନ ଖାଇବା ଭଲ। ଶରୀରରୁ ପାଣି ମାତ୍ରା ହ୍ରାସ ନ ହେବା ଲାଗି ପର୍ଯ୍ୟାପ୍ତ ପରିମାଣରେ ପାଣି ଏବଂ ଫ୍ରୁଟ୍ ଜୁସ୍ ଆଦି ପିଇବା ଭଲ।
ଶୁଖିଲା କିମ୍ବା କଞ୍ଚା ଧନିଆକୁ ଗ୍ରାଇଣ୍ଡ କରି ସେଥିରେ ସାମାନ୍ୟ କଳା ଲୁଣ ମିଶାନ୍ତୁ। ଅଧିକ ବାନ୍ତି ହେଉଥିଲେ ମଝିରେ ମଝିରେ ଏହାକୁ ଖାଇବା ଦ୍ୱାରା ବାନ୍ତି କମିବା ସହ ଆରାମ ଲାଗିବ।
ଲେମ୍ବୁ ଶୁଙ୍ଘିବା କିମ୍ବା ଉଷୁମ ପାଣିରେ ଲେମ୍ବୁ ଚିପୁଡି ପିଇବା ଦ୍ୱାରା ବି ଉପଶମ ମିଳିଥାଏ ।
ଅଁଳା ଖଣ୍ଡ ପାଟିରେ ଜାକିବା ଦ୍ୱାରା ବାନ୍ତି କମିଥାଏ। ଯଦି ଏହାର ସ୍ବାଦ ଖରାପ ଲାଗୁଛି ତେବେ ଅଁଳା ମୁରବ୍ବା ଖାଇଲେ ବାନ୍ତି ସମସ୍ୟାରୁ ଉପଶମ ମିଳିପାରିବ।
ତୁଳସୀ ପତ୍ର ରସରେ ମହୁ ମିଶାଇ ଅଳ୍ପ ଅଳ୍ପ ଚାଟିଲେ ବି ଉପକୃତ ହେବେ ।
ଅଧିକ ବାନ୍ତି ହେଉଥିଲେ ରାତିରେ କଳା ଚଣା ବା ବୁଟକୁ ପାଣିରେ ଭିଜାଇ ଦିଅନ୍ତୁ ଏବଂ ସକାଳୁ ଉକ୍ତ ପାଣିକୁ ପିଇଦିଅନ୍ତୁ। ଏପରି କରିବା ଦ୍ୱାରା ଉପକୃତ ହେବେ।
ଏ ସମୟରେ ଅଦାର ସେବନ ମଧ୍ୟ ହଜମ ଭଲ କରିବା ସହ ଏସିଡିଟି ହେବାକୁ ଦିଏ ନାହିଁ, ଯାହାକି ବାନ୍ତି କମ୍ କରିବାରେ ସାହାଯ୍ୟ କରିଥାଏ। ତେଣୁ ଅଦା ରସରେ ମହୁ, ଅଦା ଚା
କିମ୍ବା ଅଦା ଚକୋଲେଟ୍ ବା କୁକିଜ୍ ଖାଇଲେ ବାନ୍ତି ସମସ୍ୟା ଦୂର ହୋଇପାରିବ ।
କମଳାରେ ଥିବା ସାଇଟ୍ରିକ୍ ଏସିଡ୍ ବାନ୍ତି କମ୍ କରିବାରେ ବେଶ୍ ଲାଭଦାୟକ। ତେଣୁ ବାନ୍ତି ହେଲେ କମଳା ଖାଆନ୍ତୁ କିମ୍ବା ଏହାର ଜୁସ୍ ପିଅନ୍ତୁ।
ତେବେ ଏସବୁ ଉପଚାର ସହିତ ଯଦି ବାନ୍ତି ନ କମେ ତେବେ ଡାକ୍ତରଙ୍କ ପରାମର୍ଶ ନେବାକୁ ଭୁଲନ୍ତୁ ନାହିଁ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/08/24/pregnecy-2025-08-24-08-11-04.jpg)