କନକ ବ୍ୟୁରୋ: ବିଜେପି ସରକାରକୁ ୩ ମାସ ପୁରିଲାଣି । କିନ୍ତୁ ଏଯାଏଁ ଖାଲି ପଡିଛି ବୋର୍ଡ ଓ ନିଗମ ଅଧ୍ୟକ୍ଷ ପଦ । ମନ୍ତ୍ରୀପଦ ପାଇନଥିବା ଓ ବିଜେପିରେ ଦୀର୍ଘଦିନ ଧରି ସଙ୍ଗଠନ ଦାୟିତ୍ବିରେ ଥିବା ନେତା ଓ କର୍ମୀ ଏହାକୁ ଅନାଇ ବସିଛନ୍ତି । ଏହାଛଡା ଆମଦାନୀ ନେତାଙ୍କ ଆଖି ମଧ୍ୟ ବୋର୍ଡ ଓ ନିଗମ ଉପରେ ରହିଛି । ନିର୍ବାଚନ ପୂର୍ବରୁ ଅନ୍ୟ ଦଳ ଛାଡି ବିଜେପିରେ ସାମିଲ ହୋଇଥିବା ନେତା ବି ବୋର୍ଡ, ନିଗମ ପଦ ପାଇବେ ବୋଲି ଆଶା ରଖିଛନ୍ତି ।
ବାଇଟ-ମନମୋହନ ସାମଲ, ରାଜ୍ୟ ବିଜେପି ସଭାପତି
- ୨୦ରୁ ଅଧିକ ନିଗମ ଓ ୧୦ରୁ ଅଧିକ ବୋର୍ଡ ଉପରେ ନଜର
- କାହା ଉପରେ ପଡ଼ିବ ଶୁଭଦୃଷ୍ଟି?
ମିଳିଥିବା ସୂଚନା ଅନୁସାରେ, ବିଜେପିର ସଦସ୍ୟତା ଅଭିଯାନ ସରିବା ପରେ ବୋର୍ଡ, ନିଗମ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯାଇପାରେ । ଚଳିତ ମାସ ଶେଷରେ ସରୁଛି ବିଜେପିର ସଦସ୍ୟତା ଅଭିଯାନ ।
- ଯୋଗ୍ୟ ତଥା ଅଭିଜ୍ଞତା ଥିବା ଲୋକଙ୍କୁ ମିଳିବ ଅଗ୍ରାଧିକାର
- ଜାତୀୟ ସ୍ତରରେ ଆଲୋଚନା କରାଯାଇ ନିଷ୍ପତ୍ତି
- ସାମିଲ ହେବେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି
- ଦଳୀୟ ସ୍ତରରେ ଓ ମନ୍ତ୍ରୀ ସ୍ତରରେ ବି କରାଯିବ ଆଲୋଚନା
କେବଳ ନିଗମ କି ବୋର୍ଡ ନୁହେଁ, ଉପଦେଷ୍ଟା ଭଳି ଶତାଧିକ ପଦ ଅଛି, ଯାହାକୁ ପୂରଣ କରିବେ ସରକାର । ଆଉ ଏଥିଲାଗି ଘୋଷଣାକୁ ଅପେକ୍ଷା କରାଯାଇଛି ।