ଜରାଜୀର୍ଣ୍ଣ ଅବସ୍ଥାରେ ସମ୍ବଲପୁରର ଅନେକ ପ୍ରେକ୍ଷାଳୟ, ଅସ୍ତିତ୍ୱ ହରାଇଲେ ବି ପୂଜା ମଣ୍ଡପରେ ସ୍ଥାନ ପାଇଛି ଗେଟି ସିନେମା ହଲ

ଏମିତି ଦିଶୁଥିଲା ସମ୍ବଲପୁରର ପ୍ରଥମ ସିନେମା ହଲ୍, ଯାହାର ସ୍ମୃତି ତାଜା କରୁଛି ଦଳାଇପଡ଼ାର ଏହି ପୂଜା ମଣ୍ଡପ । ୧୯୪୨ ମସିହାରେ ସ୍ଥାପନ ହୋଇଥିବା ଏ ସିନେମା ହଲ୍ ଆଜି ଅସ୍ତିତ୍ବ ହରାଇସାରିଛି ସିନା, ଏବେ ବି କିଛି ରାସ୍ତା ତା ନାଁରେ ପରିଚିତ । 

29

କନକ ବ୍ୟୁରୋ : ସମ୍ବଲପୁରର ଗେଟି ଟକିଜ୍ । କାହା ପାଇଁ ଅତୀତର ଖଣ୍ଡେ ସ୍ମୃତି ତ ଆଉ କାହା ପାଇଁ ମରି, ଅମର ହୋଇଯାଇଥିବା ଜୀବନର ଅଧା ସମୟ । ଗେଟି ଟକିଜକୁ ନେଇ ଜିଇଁଥିବା  ସିନେପ୍ରେମୀଙ୍କୁ ପଚାରିଲେ, କହିଲା ବେଳକୁ ରୁନ୍ଧି ହୋଇଯାଉଛି ସ୍ବର, ଲୁହରେ ଭରି ଯାଉଛି ଆଖି । ଏମିତି ଦିଶୁଥିଲା ସମ୍ବଲପୁରର ପ୍ରଥମ ସିନେମା ହଲ୍, ଯାହାର ସ୍ମୃତି ତାଜା କରୁଛି ଦଳାଇପଡ଼ାର ଏହି ପୂଜା ମଣ୍ଡପ । ୧୯୪୨ ମସିହାରେ ସ୍ଥାପନ ହୋଇଥିବା ଏ ସିନେମା ହଲ୍ ଆଜି ଅସ୍ତିତ୍ବ ହରାଇସାରିଛି ସିନା, ଏବେ ବି କିଛି ରାସ୍ତା ତା ନାଁରେ ପରିଚିତ । 

 ଲୋକଙ୍କ ଆଗରେ ନିଚ୍ଛକ କାହାଣୀ ପରଷି ଦେଇଥିବା ଲକ୍ଷ୍ମୀ ଟକିଜ୍ ଓ ଆଶୋକା ଟକିଜର ବି ସମାନ କାହାଣୀ। ଗେଟରେ କଳଙ୍କି ଲାଗିଗଲାଣି, ତାଲା ଝୁଲୁଛି । ଲୋକଙ୍କୁ ୫୦ ପଇସାରେ ସିନେମା ଦେଖାଇଥିବା ଏହି ପ୍ରେକ୍ଷାଳୟଗୁଡ଼ିକ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ । ଏ ୩ଟି ସିଙ୍ଗଲ ସ୍କ୍ରିନ୍ ଥିଏଟରର ଅପମୃତ୍ୟୁ ପରେ ମଲ୍ଟିପ୍ଲେକ୍ସର ମହଙ୍ଗା ମାଡ଼ ଗରିବର ସିନେମା ସ୍ବପ୍ନକୁ ଧୂଳିସାତ୍ କରିଦେଇଛି । ଆଉ ସରକାରୀ ଉଦାସୀନତା ସିନେମା ଶିଳ୍ପର ପୁନରୁଦ୍ଧାରକୁ ସତେ ଯେମିତି କରିଦେଇଛି ପଙ୍ଗୁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe