କନକ ବ୍ୟୁରୋ: ନେପାଳରେ ଫସିଛନ୍ତି ଯାଜପୁରର ୨୩ ପର୍ଯ୍ୟଟକ । ନେପାଳରେ ଏବେ ବିସ୍ଫୋରକ ସ୍ଥିତି ଉପୁଜିଛି । ଜେନ-ଜିଙ୍କ ହିଂସାତ୍ମକ ଆନ୍ଦୋଳନ ଏବେ ଭୟଙ୍କର ରୂପ ନେଉଛି । ନେପାଳର ପଶୁପତିନାଥ ଦର୍ଶନ କରିବା ପାଇଁ ଯାଇଥିବା ୨୩ଜଣ ଯାଜପୁର ଅଞ୍ଚଳର ତୀର୍ଥଯାତ୍ରୀ ଫସି ରହିଛନ୍ତି । ୨ ଦିନ ହେଲା ସେମାନେ କାଠମାଣ୍ଡୁର ଏକ ହୋଟେଲରେ ଅଟକିଛନ୍ତି । ସେମାନଙ୍କ ସହ ଚୁକ୍ତି କରିଥିବା ଟ୍ରାଭେଲ୍ସ ସଂସ୍ଥା ମଧ୍ୟ କେଉଁଆଡ଼େ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଉଦ୍ଧାର ପାଇଁ ପରିବାର ଲୋକେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।
ପଶୁପତିନାଥ ଦର୍ଶନ ସହ ଆଉ କିଛି ପଯ୍ୟଟନସ୍ଥଳ ବୁଲିବାକୁ ଯାଇଥିଲେ । ଟ୍ରାଭେଲ୍ ସଂସ୍ଥା ଫେରାର ହୋଇ ଯାଇଥିବା ବେଳେ ସେମାନେ ୨ ଦିନ ହେଲା କାଠମାଣ୍ଡୁର ଏକ ହୋଟେଲରେ ରହିଛନ୍ତି । ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ସେମାନଙ୍କ ପରିବାର । ସମସ୍ତ ପର୍ଯ୍ୟଟକ ଯାଜପୁର ବ୍ଲକ ମାଲଆନନ୍ଦ ପୁର ପଞ୍ଚାୟତର ବୋଲି ଜଣାପଡ଼ିଛି ।