କନକ ବ୍ୟୁରୋ: ଲୋକ ଯେତେ ଆଧୁନିକ ହେଲେ ବି ଦୂର ହେଉନି ଅନ୍ଧ ବିଶ୍ୱାସ । ଏବେ ବି ସେଇ ଆନ୍ଧାରି ମୁଲକରେ ଅଛନ୍ତି ଲୋକେ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହାର ପ୍ରଭାବ ଅଧିକ । ଗୁଣିଗାରେଡ଼ି ସନ୍ଦେହ କରି କେଉଁଠି ଲୋକଙ୍କୁ ମାରି ଦେଉଛନ୍ତି, ପୁଣି କାହାକୁ ବାସନ୍ଦ କରାଯାଉଛି । ପ୍ରତିଦିନ କେଉଁଠି ନା କେଉଁଠି ଏଭଳି ଏକ ଘଟଣା ଘଟୁଛି। ନବରଙ୍ଗପୁରରୁ ସମ୍ବଲପୁର - 

Advertisment

ଗାଁରେ ଅପପ୍ରଚାର
ଛୁଆ ଖାଉଛନ୍ତି ଶାଶୁ ବୋହୂ!
ଅନ୍ଧବିଶ୍ୱାସର ଶିକାର ଗୋଟିଏ ପରିବାର
ଡାହାଣୀ ସନ୍ଦେହରେ ଗାଁରୁ ବାସନ୍ଦ!
ସମ୍ବଲପୁର ଧମା ଥାନା ବଲାରଙ୍ଗାର ଘଟଣା
ପୂଜାପାଠ କରି ଛୁଆ ଖାଉଥିବା ଗ୍ରାମବାସୀଙ୍କ ଅଭିଯୋଗ
ବଲାରଙ୍ଗା ଗାଁର ସୁଲାପୀ ବାଗଙ୍କ ପରିବାରକୁ ବାସନ୍ଦ

ଗୁଣିଗାରେଡି ସନ୍ଦେହରେ ହତ୍ୟା! 
ମାଥିଲିରେ ଗଳାକାଟି ମାରିଦେଲେ 
କୁରୁମପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ
ଘର ବାହାରେ ଶୋଇଥିଲେ ନିରଞ୍ଜନ ଠାକୁର
ହତ୍ୟାକାଣ୍ଡ ପଛରେ ଗୁଣିଗାରେଡ଼ି ସନ୍ଦେହ
ତଦନ୍ତ କରୁଛି ମାଥିଲି ଥାନା ପୁଲିସ 

ଗୁଣିଗାରେଡ଼ି ସନ୍ଦେହରେ ସ୍ୱାମୀ-ସ୍ତ୍ରୀଙ୍କୁ ଆକ୍ରମଣ!
ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ କୋହରାପଡା ଗାଁର ଘଟଣା
ଗାଁର ଗଗନ ମାଝୀ ଏବଂ ତାଙ୍କ ସ୍ତ୍ରୀ ହେମନ୍ତି ମାଝୀଙ୍କୁ ସଂଘବଧ ଆକ୍ରମଣ!
୭ ଜଣ ମିଶି ଆକ୍ରମଣ କରିଥିବା ଅଭିଯୋଗ
ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ 
ତଦନ୍ତ କରି ଅଭିଯୁକ୍ତଙ୍କୁ ନୋଟିସ ଦେଇଛି ପୁଲିସ

ଗୁଣି ଗାରେଡ଼ି ନିରୋଧ ଆଇନ୍‌କୁ ଫୁ' 
୨୦୧୩ରୁ ରାଜ୍ୟରେ ଲାଗୁ ହୋଇଛି ଗୁଣିଗାରେଡ଼ି ନିରୋଧ ଆଇନ୍‌
୨୫ ଫେବୃଆରୀ, ୨୦୧୪ରେ କାର୍ଯ୍ୟକାରୀ ହେଉଛି ଆଇନ୍‌
ଦୋଷୀ ସାବ୍ୟସ୍ତ ହେଲେ ୩ ବର୍ଷ ଜେଲ ସହ ଜରିମାନା ବ୍ୟବସ୍ଥା
ଡାହାଣୀ ସନ୍ଦେହରେ କାହାକୁ ଅଖାଦ୍ୟ ଖୁଆଇ ପାରିବେ ନାହିଁ
ମୁହଁ କିମ୍ବା ଶରୀରରେ ରଙ୍ଗବୋଳି ସହର ପରିକ୍ରମା କରିବା ଅପରାଧ
ଦୋଷୀ ସାବ୍ୟସ୍ତ ହେଲେ ୧ରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଏବଂ ଜରିମାନା 
ଜରିମାର ଏକ ଅଂଶ ପୀଡ଼ିତଙ୍କୁ କ୍ଷତିପୂରଣ ଆକାରରେ ଦିଆଯିବ
ଶାରୀରିକ ଏବଂ ମାନସିକ କ୍ଷତି ପାଇଁ ପୀଡ଼ିତଙ୍କୁ କ୍ଷତିପୂରଣ ଦିଆଯିବ
କୌଣସି ପରିବାରକୁ ବାସନ୍ଦ କରିବା ମଧ୍ୟ ବେଆଇନ୍‌

ଅନ୍ଧବିଶ୍ୱାସ ଠାରୁ ଦୂରେଇ ରୁହନ୍ତୁ, ସଚେତନ ହୁଅନ୍ତୁ
ଗୁଣିଗାରେଡ଼ି ଓ ଡାହାଣୀ ସନ୍ଦେହରେ କାହାରି କ୍ଷତି କରନ୍ତୁ ନାହିଁ
ଜାଣିଶୁଣି ଆଇନ୍‌କୁ ହାତକୁ ନିଅନ୍ତୁ ନାହିଁ
କାହାରିକୁ ଅପମାନିତ କିମ୍ବା ଆକ୍ରମଣ କରନ୍ତୁ ନାହିଁ