କନକ ବ୍ୟୁରୋ : ପୁଣି ଅଶାନ୍ତ ହେଲା ବାଂଲାଦେଶ, ରାଜଧାନୀ ଢାକା ସଚିବାଳୟ ନିକଟରେ ୨୫ ତାରିଖ ରାତିରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂର୍ଘଷ ଦେଖିବାକୁ ମିଳିଛି । ଅନସର ସଦସ୍ୟ ଓ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଦେଖିବାକୁ ମିଳିଛି । ଗୋଷ୍ଠୀ ସଂଘର୍ଷରେ ଉଭୟ ପକ୍ଷରୁ ଅନେକ ଆହତ ହୋଇଛନ୍ତି । ରାତି ୯ଟା ସମୟରେ ହିଂସା ସ୍ଥିତି ଉଗ୍ର ହେବା ସହିତ ଉଭୟ ପକ୍ଷ ପରସ୍ପରକୁ ଗୋଡ଼ାଇ ଗୋଡ଼ାଇ ପିଟିବା ସହ ଢେଲାପଥର ମାଡ଼ କରିଥିଲେ । ଅବସ୍ଥା ବିଗୁଡୁଥିବା ଦେଖି ପୋଲିସ ଘଟଣା ସ୍ଥଳରେ ପହଁଚି ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ବଳ ପ୍ରୟୋଗ କରିଛି ।

ଛାତ୍ର ଏବଂ ଅନସାର ସଦସ୍ୟଙ୍କ ମଧ୍ୟରେ ବିବାଦର କାରଣ ହେଉଛି 'ଛାତ୍ର ବିରୋଧୀ ଭେଦଭାବ ଆନ୍ଦୋଳନ'ର ସଦସ୍ୟଙ୍କୁ ଅଟକ ଅନସାର ସଦସ୍ୟମାନେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ପରାମର୍ଶଦାତା ତଥା 'ଛାତ୍ର ବିରୋଧୀ ଆନ୍ଦୋଳନ'ର ସଂଯୋଜକ ନହିଦ ଇସଲାମଙ୍କୁ ଅଟକ ରଖିଥିଲେ । ତାଙ୍କ ସହ ଅନ୍ୟ ସଂଯୋଜକ ସରଜିଶ ଆଲାମ, ହସନାଟ ଅବଦୁଲ୍ଲା ଏବଂ ଅନ୍ୟମାନଙ୍କୁ ମଧ୍ୟ ସଚିବାଳୟରେ ଅଟକ ରଖାଯାଇଥିଲାଯାହାକୁ ନେଇ ତାତିବା ସହ ଅନସର ସଦସ୍ୟଙ୍କୁ ଆକ୍ରମଣ କରିଥିଲେ ଛାତ୍ରଗୋଷ୍ଠୀ । ପରେ ବିବାଦ ଉଗ୍ରରୂପ ନେଇଥିଲା ।