କନକ ବ୍ୟୁରୋ : ଅପରାଧୀ ସବୁ ଦେଶରେ ଅଛନ୍ତି ଓ ଅପରାଧ ସବୁ ଦେଶରେ ଘଟୁଛି । ସାରା ବିଶ୍ୱର ଗୋଟିଏ ନିୟମ ହେଉଛି ଅପରାଧୀଙ୍କୁ ଜେଲରେ ରଖିôବା । ହେଲେ ନିଜ ଦେଶର ଅପରାଧୀଙ୍କ ପାଇଁ ଯେଉଁ ନିୟମ ଅନ୍ୟଦେଶର ନାଗରିକ ଯଦି ଅନ୍ୟ କୌଣସି ଦେଶରେ ଅପରାଧ କରେ ତା ପାଇଁ ମଧ୍ୟ ଗୋଟିଏ ଆଇନ । ତାହା ହେଉଛି ଜେଲଦଣ୍ଡ । କିଛି କିଛି ଦେଶରେ ଫାଶିଦଣ୍ଡ ଓ ଅନ୍ୟପ୍ରକାରର ଦଣ୍ଡ ବ୍ୟବସ୍ଥା ରହିଛି । ହେଲେ ଆପଣଙ୍କୁ ଗଣମାଧ୍ୟମ ବାରମ୍ବାର ଗୋଟିଏ ଦେଶର ଜେଲ କଥା କୁହେ କି ପାକିସ୍ତାନ ଜେଲରେ ଏତେ ଭାରତୀୟ ନାଗରିକ ରହିଛନ୍ତି । ହେଲେ ଆଜି ଆମେ ଆପଣଙ୍କୁ ବିଶ୍ୱର ଏଭଳି କିଛି ଦେଶର ଜେଲ କଥା କହିବାକୁ ଯାଉଛୁ, ଯେଉଁ ଦେଶଗୁଡିକର ଜେଲକୁ ହିସାବ କଲେ ପାଖାପାଖି ୧୦ ହଜାର ଭାରତୀୟ ନାଗରିକ ରହିଛନ୍ତି । କେନ୍ଦ୍ର ସରକାର କହିଛନ୍ତି କି, ଦେଶର ୧୦ ହଜାର ୧୫୨ ଜଣ ଭାରତୀୟ ନାଗରିକ ଦୁନିଆର ଭିନ୍ନ ଭିନ୍ନ ଜେଲରେ ରହିଛନ୍ତି । ଏହା ମଧ୍ୟରୁ ବିଚାରଧିନ ଓ ଦଣ୍ଡ ଭୋଗୁଥିବା ଅପରାଧୀ ରହିଛନ୍ତି । ସରକାରଙ୍କ ହିସାବ ମୁତାବକ ସବୁଠାରୁ ଅଧିକ ଭାରତୀୟ ସାଉଦି ଆରବ ଦେଶରେ ରହିଛନ୍ତି । ସାଉଦି ଆରବ ଜେଲରେ ୨ ହଜାର ୬୩୩ ଜଣ ଭାରତୀୟ ନାଗରିକ ରହିଛନ୍ତି । ଆମେରିକା ଜେଲରେ ଆମେରିକା ଜଲେରେ ୧୬୯ ଜଣ ଭାରତୀୟ ନାଗରିକ ରହିଛନ୍ତି । ସେପେଟ ଆମ ମନରେ ସବୁଠାରୁ ଅଧିକ ଭାରତୀୟ ନାଗରିକ ପାକିସ୍ତାନ ଜେଲରେ ଥିବା କଥା ସବୁବେଳେ ଆସିଥାଏ । ହେଲେ ପାକିସ୍ତାନ ଜେଲରେ ମୋଟ ୨୬୬ ଜଣ ଭାରତୀୟ ରହିଛନ୍ତି । ସେହିଭଳି ପଡୋଶୀ ଦେଶ ନେପାଳ ଜେଲରେ ୧ ହଜାର ୩୧୭ ଜଣ, ଶ୍ରୀଲଙ୍କା ଜେଲରେ ୯୮ ଜଣ ଓ ବାଂଲାଦେଶ ଜେଲରେ ମାତ୍ର ୪ ଜଣ ଭାରତୀୟ ନାଗରିକ ରହିଛନ୍ତି । ଅନ୍ୟପଟେ ଚୀନ ଜେଲରେ ୧୭୩ ଜଣ ଓ ଭୁଟାନ ଜେଲରେ ୬୯ ଜଣ ଭାରତୀୟ ନାଗରିକ ବିଭିନ୍ନ ଅପରାଧିକ ମାମଲାରେ ରହିଛନ୍ତି ।
ରାଜ୍ୟସଭାରେ ତୃଣମୂଳ କଂଗ୍ରେସ ସାଂସଦ ସାକେତ ଗୋଖଲେଙ୍କ ପ୍ରଶ୍ନର ଉତ୍ତର ଦେଇ ବିଦେଶ ରାଜ୍ୟମନ୍ତ୍ରୀ କିର୍ତ୍ତୀ ବର୍ଦ୍ଧନ ସିଂ ଏହି ରିପୋର୍ଟ ପ୍ରଦାନ କରିଛନ୍ତି । ମନ୍ତ୍ରୀ କହିଛନ୍ତି କି, ଅନ୍ୟ କିଛି ଦେଶରେ ଭାରତୀୟ ନାଗରିକ ମଧ୍ୟ ବନ୍ଦୀ ଭାବେ ଅଛନ୍ତି । ହେଲେ ସେସବୁ ଦେଶର ଗୋପନୀୟ ଆଇନ କାରଣରୁ ଏହାର ତାଲିକା ପ୍ରକାଶ ପାଉନାହିଁ । ଏହାସହ ୧୦ ହଜାର ୧୫୨ ଜଣ ବିଦେଶ ଜେଲରେ ବନ୍ଦୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭୦୪ ଜଣ ବିଚାରଧିନ କଏଦୀ ଭାବେ ରହିଥିବା ବେଳେ ଅନ୍ୟମାନେ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗୁଛନ୍ତି ।