ରାଜ୍ୟରେ ବୁଲୁଛି ମାଳ ମାଳ ଫେକ୍ ନମ୍ବର ପ୍ଲେଟ ଗାଡି । ଚାଲୁଛି ଭୁବନେଶ୍ୱରରେ, ଚାଲାଣ କଟୁଛି ଝାରସୁଗୁଡାରେ

Advertisment

ଆପଣ ଜାଣିଛନ୍ତି କି ଆପଣଙ୍କ ନାଁରେ ଥିବା ଗାଡି ନମ୍ବରରେ ଥାଇପାରେ ନକଲି ନମ୍ବର ପ୍ଲେଟ ଗାଡି? ଆପଣଙ୍କ ଗାଡି ଗୋଟିଏ ସହରରେ ଥିଲେ ବି ଆଉ ଗୋଟିଏ ସହରରେ ସମାନ ନମ୍ବରରେ କଟିପାରେ ଫାଇନ୍? ଏପରିକି ଆପଣଙ୍କୁ ଅଡୁଆରେ ପକାଇ ପାରେ।

ଆପଣ ଜାଣିଛନ୍ତି କି ଆପଣଙ୍କ ନାଁରେ ଥିବା ଗାଡି ନମ୍ବରରେ ଥାଇପାରେ ନକଲି ନମ୍ବର ପ୍ଲେଟ ଗାଡି? ଆପଣଙ୍କ ଗାଡି ଗୋଟିଏ ସହରରେ ଥିଲେ ବି ଆଉ ଗୋଟିଏ ସହରରେ ସମାନ ନମ୍ବରରେ କଟିପାରେ ଫାଇନ୍? ଏପରିକି ଆପଣଙ୍କୁ ଅଡୁଆରେ ପକାଇ ପାରେ।

number plate issue

କନକ ବ୍ୟୁରୋ: ଆପଣ ଜାଣିଛନ୍ତି କି ଆପଣଙ୍କ ନାଁରେ ଥିବା ଗାଡି ନମ୍ବରରେ ଥାଇପାରେ ନକଲି ନମ୍ବର ପ୍ଲେଟ ଗାଡି? ଆପଣଙ୍କ ଗାଡି ଗୋଟିଏ ସହରରେ ଥିଲେ ବି ଆଉ ଗୋଟିଏ ସହରରେ ସମାନ ନମ୍ବରରେ କଟିପାରେ ଫାଇନ୍? ଏପରିକି ଆପଣଙ୍କୁ ଅଡୁଆରେ ପକାଇ ପାରେ।  

  • ଫସାଇଦେବ ଫେକ୍‌ ନମ୍ବର ଫ୍ଲେଟ !
  • ଆପଣ ଥିବେ ଘରେ, ମାମଲା ଚାଲିବ ଥାନାରେ!

ରାଜ୍ୟରେ ମୋଟର ଗାଡି ବ୍ୟବହାର ଧୀରେ ଧୀରେ ବୃଦ୍ଧି ପାଉଛି। ବାଇକଠାରୁ ଚାରି ଚକିଆ ଯାନର ବିକ୍ରି ମଧ୍ୟ ନୂଆ ଏବଂ ପୁରୁଣା ସୋରୁମରେ ଚାଲିଛି। ହେଲେ ଗୋଟିଏ ନମ୍ବର ପ୍ଲେଟରେ ବୁଲୁଛି ଏକାଧିକ ଗାଡି।  ଏମିତି ଏକ ଘଟଣା ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱରରେ ଦେଖିବାକୁ ମିଳିଛି। ଗାଡି ଭୁବନେଶ୍ୱରରେ, ଚାଲାଣ କଟିଛି ଝାରସୁଗୁଡାରେ। ଗୋଟିଏ ନମ୍ବରରେ ଦୁଇଟି ଗାଡି। ଗାଡି ଓ ଗାଡି ମାଲିକ ଭୁବନେଶ୍ୱର ଥିବା ବେଳେ ମୋବାଇଲକୁ ଆସିଛି ୭ହଜାର ଟଙ୍କାର ଚାଲାଣ ମେସେଜ। ହେଲେ ଗାଡି ମାଲିକ ଗାଡି କିଣିବା ଦିନଠାରୁ ଝାରସୁଗୁଡା ଯାଇନଥିବା କହିଛନ୍ତି। ଏନେଇ ଗାଡି ମାଲିକ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। 

ଏହା ପ୍ରଥମ ଘଟଣା ନୁହେଁ, ଅନେକ ସମୟରେ ଏଭଳି ଘଟଣା ସାମ୍ନାକୁ ଆସିଛି। ହେଲେ ନା ବିଭାଗ ତତ୍ପର ହେଉଛି ନା ଏ ଘଟଣା ବନ୍ଦ ହେଉଛି। ନିୟମକୁ ଫୁ କରି ଖୁଲମଖୁଲା ପରିବହନ ବିଭାଗକୁ ଚ୍ୟାଲେଜ କରୁଛନ୍ତି ଠକ। ବେଳ ଥାଉଁ ଏହାକୁ ସ୍ୱତନ୍ତ୍ର ଡ୍ରାଇଭ କରି ରୋକା ନଗଲେ ପରିବହନ ବିଭାଗ ଉପରୁ ଲୋକଙ୍କ ଭରଷା ଉଠିଯିବ ବୋଲି ଆଶଙ୍କା ବଢ଼ିଛି ।

ସୂଚନା ଅନୁସାରେ ରାଜ୍ୟରେ ୬୦ ହାଜର ଭେହିକିଲ ଚେକ୍‌ ରିପୋର୍ଟ ପେଣ୍ଡିଙ୍ଗ ଅଛି, କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ତେବେ ଘଟଣାକୁ ନେଇ ବିଭାଗ ଯତ୍ନବାନ ରହିଛି ଓ ଆଗକୁ ପଦକ୍ଷେପ ନିଆଯିବ ବୋଲି ପରୋକ୍ଷରେ କହିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe