କନକ ବ୍ୟୁରୋ: ମଧ୍ୟପ୍ରଦେଶ ବାଦ୍ଧବଗଡ ବ୍ୟାଘ୍ର ଅଭ୍ୟାରଣରେ ରହସ୍ୟମୟ ଭାବେ ମୃତ୍ୟୁ ବରଣ କରୁଛନ୍ତି ହାତୀ । ୧୦ଟି ହାତୀଙ୍କ ରହସ୍ୟଜନକ ମୃତ୍ୟୁ କେମିତି ହେଲା ? ଫରେନ୍ସିକ୍ ରିପୋର୍ଟରୁ ଜଣାପଡ଼ିଛି ଚାଞ୍ଚଲ୍ୟକର ତଥ୍ୟ । ନିକଟରେ ୧୦ଟି ହାତୀଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ବାନ୍ଧବଗଡ଼ ବ୍ୟାଘ୍ର ଅଭୟାରଣ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏବେ ଏହି ମାମଲାରେ ଏକ ବଡ଼ ଖୁଲାସା ହୋଇଛି । ଫରେନସିକ୍ ରିପୋର୍ଟ ଅନୁଯାୟୀ, କୋଡୋ ବାଜରାରେ ସାଇକ୍ଲୋପିଆଜୋଜେନିକ୍ ଏସିଡ୍ ଥିବାରୁ ହାତୀମାନଙ୍କର ମୃତ୍ୟୁ ଘଟିଛି। ହାତୀମାନେ ସାଇକ୍ଲୋପିଆଜୋନିକ୍ ଏସିଡ୍ ଯୁକ୍ତ କୋଡୋ ବାଜରା ଖାଇଥିଲେ।ବାନ୍ଧବଗଡ଼ ବ୍ୟାଘ୍ର ଅଭୟାରଣ୍ୟରେ ୧୦ଟି ହାତୀଙ୍କ ମୃତ୍ୟୁ ପରେ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାଁ ନେଉନାହିଁ। ଅତିରିକ୍ତ ମୁଖ୍ୟ ବନ ସଂରକ୍ଷକ ଏଲ୍ କୃଷ୍ଣମୂର୍ତ୍ତି କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ୟୁପିର ଆଇଭିଆରଆଇର ଟକ୍ସିକୋଲୋଜିକାଲ ରିପୋର୍ଟ ଅନୁଯାୟୀ ହାତୀମାନେ ବହୁ ପରିମାଣରେ କୋଡୋ ଶସ୍ୟ ଖାଇଛନ୍ତି। ସୂଚନାଯୋଗ୍ୟ, ହାତୀ ମୃତ୍ୟୁକୁ ନେଇ ମଧ୍ୟପ୍ରଦେଶ ରାଜନୀତି ସରଗରମ ରହିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଏକ୍ସରେ ଲେଖିଛନ୍ତି ଯେ ବାନ୍ଧବଗଡ଼ ବ୍ୟାଘ୍ର ଅଭୟାରଣ୍ୟରେ ୧୦ଟି ହାତୀଙ୍କ ମୃତ୍ୟୁକୁ ଏକ ସପ୍ତାହ ବିତିଗଲାଣି। ଅପରାଧୀଙ୍କୁ ଧରିବା ତ ଦୂରର କଥା, ମଧ୍ୟପ୍ରଦେଶ ସରକାର ଏପର୍ୟ୍ୟନ୍ତ ହାତୀଙ୍କ ମୃତ୍ୟୁର କାରଣ ମଧ୍ୟ କରିଛନ୍ତି  ସେପଟେ ଜଙ୍ଗଲ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ । ରାଜ୍ୟ କଂଗ୍ରେସ ସଭାପତି ଜିତୁ ପାଟୱାରୀ ଅଭିଯୋଗ କରିଛନ୍ତି ଯେ ହାତୀମାନଙ୍କୁ ବିଷ ଦେଇ ହତ୍ୟା କରାଯାଇଛି। ବନ୍ୟଜନ୍ତୁଙ୍କ ପାଇଁ ଜାରି ହୋଇଥିବା ବଜେଟରେ ଦୁର୍ନୀତି ହୋଇଛି। ଜଙ୍ଗଲ ମନ୍ତ୍ରୀ ରାମ ନିବାସ ରାୱତଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ ।