କନକ ବ୍ୟୁରୋ: ପୂରା ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ସ୍ବାସ୍ଥ୍ୟସେବା । ରାଜ୍ୟର ଅଧାରୁ ଅଧିକ ଡାକ୍ତର ପଦବୀ ଫାଙ୍କା ପଡ଼ିଛି । ଖାଲି ଡାକ୍ତର ନୁହେଁ, ନର୍ସ, ଫାର୍ମାସିଷ୍ଟ, ସ୍ବାସ୍ଥ୍ୟ କର୍ମଚାରୀଙ୍କର ବି ଜିଲ୍ଲାରେ ଅଭାବ ରହିଛି । ଫଳରେ ରୋଗୀ ଚିକିତ୍ସା ପାଇଁ ହନ୍ତସନ୍ତ ହେଉଛନ୍ତି । ଠିକ ସମୟରେ ଚିକିତ୍ସା ନପାଇ ଅନେକଙ୍କ ଜୀବନ ଚାଲିଯାଉଥିବା ଅଭିଯୋଗ ଆସୁଛି ।
ଆଉ କେଉଁଠି ବେଡ୍ ନଥିବାରୁ ରୋଗୀ ବାହାରେ ପଡ଼ି ଚିକିତ୍ସା ହେଉଥିବାର ଦେଖିବାକୁ ମିଳୁଛି । କଣ୍ଟାପଡ଼ା, ମୋହନା ଓ ସୁକିନ୍ଦାରେ ଆସିଥିବା ଏ ଚିତ୍ର ଏହାର ଜ୍ବଳନ୍ତ ଉଦାହରଣ । ଏନେଇ ବାରମ୍ବାର ଅଭିଯୋଗ ପରେ ବି ସ୍ବାସ୍ଥ୍ୟ ବିଭାଗର ଏଥିପ୍ରତି ନଜର ପଡ଼ୁନି । ରାଜ୍ୟରେ ଖାଲିପଡ଼ିଥିବା ଡାକ୍ତର ପଦବୀ ପୂରଣ କରିବା ସହ ଭିତ୍ତିଭୂମି ଉପରେ ଗୁରୁତ୍ବ ଦେବା ଜରୁରୀ ।