ମରି ପଡିଛନ୍ତି ହଜାର ହଜାର ବ୍ଲୋ ବଟନ୍‌ ଜେଲିଫିସ୍‌ । ସମୁଦ୍ର ପାଣି କଳୂଷିତ ହେଉଥିବାରୁ ଅଘଟଣ ।

ବେଳାଭୂମୀରେ ମରି ପଡିଛନ୍ତି ହଜାର ହଜାର ସଂଖ୍ୟାରେ ବ୍ଲୋ ବଟନ୍‌ ଜେଲିଫିସ୍‌ ଓ ନଦୀର ଗୋଳିଆ ପାଣି ମିଶିବାରୁ ସମୁଦ୍ର ପାଣି କଳୂଷିତ ହେଉଥିବାରୁ ଅଘଟଣ

40d

କନକ ବ୍ୟୁରୋ: ପରିବେଶ ପ୍ରଦୂଷଣ ନା ବିଗୁଡୁଥିବା ପାଣିପାଗର କୁ-ପ୍ରଭାବ ? ବେଳାଭୂମୀରେ ମରି ପଡିଛନ୍ତି ହଜାର ହଜାର ସଂଖ୍ୟାରେ ଜେଲି ଫିସ । ପୁରୀଜିଲ୍ଲା ଅସ୍ତରଙ୍ଗ ସମୁଦ୍ର କୁଳର ଦେବୀ ମୁହାଣଠାରୁ କେଳୁଣି ଆଉ ଚନ୍ଦ୍ରଭାଗା ମୁହାଣ ସମୁଦ୍ର କୂଳରେ ହଜାର ହଜାର ପରିମାଣରେ ବ୍ଲୋ ବଟନ୍‌ ଜେଲିଫିସ୍‌ ମରିକି ପଡିଛନ୍ତି  ଓ ଗତକିଛିଦିନ ହେବ ବିପୁଳ ସଂଖ୍ୟାରେ ଏହି ବିରଳ ଜେଲି ଫିସ୍‌ ମରି ଭାସି ଆସି କୂଳରେ ଲାଗିଛନ୍ତି  ଓ ସମୁଦ୍ର ଭିତରେ କିଛି ଅଘଟଣ ହେଉଥିବାରୁ ଏହି ବିରଳ ଜଳଜୀବଙ୍କ ମୃତ୍ୟୁ ହେଉଥିବା ପରିବେଶବିତମାନେ ମତପ୍ରକାଶ କରିଛନ୍ତି । ବର୍ଷା ଦିନରେ ନଦୀର ଗୋଳିଆ ପାଣି ଆସି ସମୁଦ୍ରରେ ମିଶିଥାଏ । ଫଳରେ ସମୁଦ୍ରରେ କିଛି ମାତ୍ରାରେ ପାଣି କଳୁଷିତ ହୋଇଥାଏ । ଏଥିପାଇଁ ବ୍ଲୋ ବଟନ୍‌ ଜେଲି ଫିସଙ୍କ ମୃତ୍ୟୁ ହେଉଥିବା ସମୁଦ୍ରକୁଳିଆ ବାସିନ୍ଦା କହିଛନ୍ତି  ଓ ୨୦୨୦ ମସିହାରେ ମଧ୍ୟ ଏହି ବ୍ଲୋ ବଟନ ଜେଲିଫିସ୍‌ ଲକ୍ଷ ଲକ୍ଷ ପରିମାଣରେ ଅସ୍ତରଙ୍ଗ ସମୁଦ୍ରକୂଳରେ ମରି ପଡିଥିବାର ଦେଖିବାକୁ ମିଳିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe