କମିଲା ବର୍ଷା, ହେଲେ ଏବେ ବି ପାଣି ଘେରରେ ମାଲକାନଗିରିର ଅନେକ ଅଞ୍ଚଳ

Advertisment

କମିଲା ବର୍ଷା, ହେଲେ ଏବେ ବି ପାଣି ଘେରରେ ମାଲକାନଗିରିର ଅନେକ ଅଞ୍ଚଳ ; ଧୋଇଗଲା ରାସ୍ତା, ବଣ୍ଡାଘାଟିରେ ଭୁଶୁଡ଼ିଲା ଘର , ଲୋକଙ୍କୁ ଉଦ୍ଧାର କରୁଛି ଓଡ୍ରାଫ

କମିଲା ବର୍ଷା, ହେଲେ ଏବେ ବି ପାଣି ଘେରରେ ମାଲକାନଗିରିର ଅନେକ ଅଞ୍ଚଳ ; ଧୋଇଗଲା ରାସ୍ତା, ବଣ୍ଡାଘାଟିରେ ଭୁଶୁଡ଼ିଲା ଘର , ଲୋକଙ୍କୁ ଉଦ୍ଧାର କରୁଛି ଓଡ୍ରାଫ

situation

କନକ ବ୍ୟୁରୋ : ମାଲକାନଗିରିର ହାଲ ବେହାଲ । ବର୍ଷା କମିଛି, ହେଲେ ପାଣି କମିନି ଲୋକଙ୍କ ଦୁର୍ଦ୍ଦଶା । ଏବେବି ଅନେକ ପୋଲ ଉପରେ ପାଣି ଚାଲୁଛି । ପୋଟେରୁ ପୋଲ ଉପରୁ ଜଳ ସ୍ତର ଖସି ନାହିଁ । ପୋଟେରୁ ସମେତ କାଙ୍ଗୋରୁକୋଣ୍ଡା, କନ୍ୟାଶ୍ରମ,  ଏମଭି ୯୦, ଏମଭି ୯୬ ଆଦି ପୋଲ ଉପରେ ଏ ଯାଏଁ ପାଣି ଚାଲିଛି । ତେବେ ବନ୍ୟା ପରେ ଗାଁ ଗଣ୍ଡା ସମେତ ୩୨୬ ନଂ ଜାତୀୟ ରାଜପଥ ରାସ୍ତା ଧୋଇ ହୋଇଯାଇଛି । ଅନେକ ଘରଦ୍ୱାର ଭାଙ୍ଗି ନଷ୍ଟ ହୋଇଛି । 

ଅନ୍ୟପଟେ ପ୍ରବଳ ବର୍ଷାରେ ଧୋଇଗଲା ମାଲକାନଗିରି କନ୍ୟାଶ୍ରମ ଗାଁ ନିକଟସ୍ଥ ରାସ୍ତା । ଲଗାଣ ବର୍ଷା ଯୋଗୁଁ ଗତକାଲିଠାରୁ ଜଳ ଘେରରେ ରହିଥିଲା କନ୍ୟାଶ୍ରମ ଗାଁ । ଜଳସ୍ତର କମିବା ସହ ଧୋଇ ହୋଇଗଲା ରାସ୍ତା । ପଡିଆ କାଲିମେଳା ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି। ଏବେ ବି କନ୍ୟାଶ୍ରମ ପୋଲ ଉପରେ ୮ ଫୁଟ ଉଚ୍ଚ ପାଣି ଚାଲୁଛି । ସେପଟେ ଜିଲ୍ଲାର ପାଙ୍ଗାମ ପୋଲରୁ ଖସିଲା ବନ୍ୟା ଜଳ । ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟାତ ସ୍ୱାଭାବିକ ହୋଇଛି । 

ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ବଣ୍ଡାଘାଟି ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି। ବର୍ଷାରେ ଅନେକ ଘର ଭାଙ୍ଗିଯାଇଛି। ମାଟି କୁଡିଆ ସବୁ ବର୍ଷାରେ ଭୁଶୁଡି ପଡିଛି। ଅସହାୟ ଲୋକେ ବର୍ଷା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଣ୍ଡ୍ରାହାଲ ପଞ୍ଚାୟତରେ ମଧ୍ୟ ଅନେକ ସ୍ଥାନରେ ରାସ୍ତା ଧୋଇଯାଇଛି। ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe