କନକ ବ୍ୟୁରୋ: କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ କାଳ ବୈଶାଖୀ ବର୍ଷାର ତାଣ୍ଡବ । ଉପରଗୁମାଣ୍ଡି ଗାଁରେ ବଜ୍ରାଘାତ ଘଟିଥିବା ବେଳେ ଭିତରପଡ଼ାରେ ପାହାଡ଼ରୁ ମାଟି ଅତଡ଼ା ଧସି ରାସ୍ତା ଅବରୋଧ ହୋଇଛି । ସେହିଭଳି ଚିକଲ ଗୁମାଣ୍ଡି ରାସ୍ତାରେ ମଧ୍ୟ ଧସିଛି ମାଟି ଅତଡ଼ା । ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଖସିବା ଯୋଗୁଁ ରାସ୍ତା ବନ୍ଦ ହୋଇ ଯିବାଆସିବାରେ ସମସ୍ୟା ଉପୁଜିଛି । ରାସ୍ତାରେ ମାଟି ଅତଡ଼ା ପଡ଼ିଥିବା କାରଣରୁ ତଳଗୁମାଣ୍ଡିରୁ ନାରାୟଣପାଟଣା ବ୍ଲକ ସଦରମହକୁମାକୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । ଆଜି ରବିବାର ନାରାୟଣପାଟଣା ସାପ୍ତାହିକ ହାଟ ଥିବାରୁ ରାସ୍ତା କଡ଼ରେ ଗାଡ଼ିମଟର ଓ ଲୋକେ ଅଟକି ରହିଛନ୍ତି । ସେହିଭଳି ବର୍ଷା ସହିତ ବଜ୍ରପାତ ଘଟି ୨୦ରୁ ଅଧିକ ମେଣ୍ଢାଙ୍କର ମୃତ୍ୟୁ ହୋଇଛି ।