କନକ ବ୍ୟୁରୋ: ନିଜ ନାଁରେ ମାମଲା ଦାଏର ପରେ ପ୍ରେସମିଟ୍ କରି ନିଜ ଆଡୁ ସଫେଇ  ରଖିଛନ୍ତି ଆକ୍ଟର ମନୋଜ ମିଶ୍ର । ମନୋଜ କହିଛନ୍ତି, ନିଜକୁ ଡାଇରେକ୍ଟର କହୁଥିବା କିଛି ଲୋକ ଖରାପ ସିନେମା ତିଆରି କରିବା ବନ୍ଦ୍ କରିବେ ସେଇ ଦିନ ମୁଁ ଚୁପ୍ ରହିବି ,ଏ କଳି ତୁଟିବ। 

Advertisment

ଆୁରି ମଧ୍ୟ କହିଛନ୍ତି , ‘ଆଗକୁ ମୁଁ ଭଲ ସିନେମା କରିବି ଏବଂ ଭଲ ବ୍ୟବସାୟ କରିବି  । ଆମ ସିନେମା ରେ ବ୍ୟବସାୟ ହେଉନି। ଯେଉଁମାନେ ତିଆରି କରୁଛନ୍ତି ସିନେମା ସେମାନେ ଦାୟୀ। ଯୁବପୀଢ଼ିଙ୍କ ପାଇଁ ଓଲିଉଡକୁ ଅପଡେଟ ହେବାକୁ ପଡିବ। ଗୋଟିଏ ଭଲ ସିନେମା ଦମନ ଓ କର୍ମ ଭଳିଆ ହେଉ ଯାହା ବ୍ୟବସାୟ କରିବ । ସିନେମା ମୋ ବୋପାର ନୁହେଁ, ଏହା ଓଡ଼ିଶାବାସୀଙ୍କର । ଯିଏ ଏହାକୁ ଖରାପ୍ କରିବ ମୁଁ କହିବି । ଯିଏ ସିନେମା ର ଶତ୍ରୁ ମୋର ବି ଶତ୍ରୁ । ଯେଉଁ ଦଳ ସାଇବର ସେଲ୍ ଯାଇଥିଲେ ତାଙ୍କ ଦ୍ଵାରା ଭଲ ସିନେମା ହେଉନାହିଁ । ଜ୍ୟୋତି ଦାସ ‘ଗୁଡ୍ ବୟ’ ସିନେମାର ନିର୍ମାତା । ସେ ଆଜି ପ୍ରଡ୍ୟୁସରଙ୍କୁ ଦେଖିଲେ ଲୁଚୁଛନ୍ତି । ତାପସ ସରଗରିଆ କହିଲେ ମନୋଜ ସବୁ ଜାଣିଛି’ । 

‘ଏହାସହ ପ୍ରଡ୍ୟୁସର ତଥା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କୁ ମଧ୍ୟ ଟାର୍ଗେଟ କଲେ ମନୋଜ ମିଶ୍ର। ୨୫ ହଜାର ଲୋକ ଜୀବିକା ହରାଉଛନ୍ତି ମନୋଜ ମିଶ୍ରଙ୍କ ଯୋଗୁଁ ଏଭଳି କାହିଁକି କହିଲେ ସବ୍ୟସାଚୀ? ଆଜି ‘କର୍ମ’ ସାଢେ଼ ୬ କୋଟି ବ୍ୟବସାୟ କଲାଣି ଆଗକୁ ୧୦ କୋଟି କରିବ। ସେଇ ୨୫ ହଜାର ଲୋକ ଫାଇଦା ପାଇବେ । ତା ଛଡା ଯେଉଁମାନେ କହୁଛନ୍ତି ଯେ ମୁଁ ଚର୍ଚ୍ଚା ରେ ରହିବାକୁ ଏମିତି କରୁଚି ସେମାନେ ମୋତେ ବାରମ୍ବାର ଚର୍ଚ୍ଚାକୁ ଟାଣୁଛନ୍ତି’ ବୋଲି ଉତ୍ତର ଦେଲେ ମନୋଜ ମିଶ୍ର।