କନକ ବ୍ୟୁରୋ : ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ କଥା ବୁଝନ୍ତି ପାଣ୍ଡିଆନ । ବାହାରୁ ଡାକ୍ତର ଆସନ୍ତି ସେହି ସବୁ ପାଣ୍ଡିଆନ ଦେଖା ଦେଖି କରନ୍ତି । ସେ କାହାକୁ ଦେଖା ହେଉନାହାନ୍ତି । ବିଜେଡି ଓ ନବୀନ ପଟ୍ଟନାୟକଙ୍କ ଅବସ୍ଥା ପାଣ୍ଡିଆନ ନିଜ ଉପରକୁ ନେଇଛନ୍ତି । ଆଗରୁ ପାଣ୍ଡିଆନ ନବୀନଙ୍କ କଥା ବୁଝୁଥିଲେ ଏବେ ବି ବୁଝୁଛନ୍ତି । ନବୀନଙ୍କ ମେଡ଼ିସିନ, ଯୋଗ, ହଉଛି କି ନାହିଁ ବୁଝୁଛନ୍ତି । ନିଜ ଗୁରୁଙ୍କୁ ବାପା ଭଳି ସେବା କରୁଛନ୍ତି ପାଣ୍ଡିଆନ । ସଂସ୍କାରରେ ଅଛି ଗୁରୁଙ୍କ ସେବା କରିବା ପୁଣ୍ୟର କାମ । ପାଣ୍ଡିଆନ ସେୟା କରୁଛନ୍ତି ।
ସଂଗଠନ ଭିତରେ ଚାଲିଥିବା ବିଶୃଙ୍ଖଳାକୁ ନେଇ କହିଛନ୍ତି ମନ୍ମଥ ରାଉତରାୟ । ସେ କହିଛନ୍ତି, ପୁରା ଟିମର ଭୁଲ ନଥିଲା କିଛି ଜଣଙ୍କ ଭୁଲ ଥିଲା । କିଛି ମାତ୍ରାରେ ବ୍ୟକ୍ତିମାନେ ଭୁଲ ଥିଲେ । ତାର ରେଜଲ୍ଟ ଆମକୁ ମିଳିଲା । ଆମକୁ ବହୁମତ ମିଳିଲାନି । ଯେଉଁମାନଙ୍କର ଅଂହକାର ଅଛି, ଯେଉଁମାନେ ଭୁଲ କରିଥିଲେ ସେମାନେ ଭୁଲ ମାନୁଛନ୍ତି । ପଶ୍ଚାତାପ କରୁଛନ୍ତି । ସେମାନଙ୍କୁ ନବୀନ ସୁଯୋଗ ଦେବେ ନ ଦେବେ ଅନାଲିସିସ୍ ହଉଛି । ଭଲ ଦଳ ହେଇକି ବିଜେଡି ଉଠିବ । ସମସ୍ତେ ଗ୍ରାସ ରୁଟରେ ରହିବା ପାଇଁ ନବୀନ ପଟ୍ଟନାୟକ କହିଛନ୍ତି । ଆମକୁ ଅସୁବିଧା ହେଲେ ନବୀନ ଓଲ୍ହେଇ ଆସିବେ ।
ଟିକେଟ୍ ବଣ୍ଟନକୁ ନେଇ ମନ୍ମଥ କହିଛନ୍ତି, ଟିକେଟ ବଣ୍ଟନରେ ଭୁଲ ଥିଲା । ପ୍ରାର୍ଥୀ ଚୟନରେ ଭୁଲ ଥିଲା । ଚୟନ କରିବା ସମୟ ଭୁଲ ଥିଲା । ଶେଷ ସମୟ ଯାଏଁ ଦ୍ଵନ୍ଦ ରହିଲା । ୨୪ ବର୍ଷ ସରକାରରେ ବହୁତ ଅଧିକ ନେତୃତ୍ୱ ହେଇଯାଇଥିଲା । ଟିକେଟ୍ ନମିଳିବାରୁ ଅନେକ ନେତା ଅଭିମାନରେ ରହିଲେ । ବିଜେଡିର ଟିମ ୱାର୍କ ଭୁଲ ଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/01/25/oNN5WYg1sQRsBhjip9mj.jpg)