କନକ ବ୍ୟୁରୋ : ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି । ନେତା, କର୍ମକର୍ତ୍ତାଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । ଏହି ଅବସରରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି ମନମୋହନ । ସ୍ଵାଧୀନତା ସଂଗ୍ରାମୀଙ୍କ ବଳିଦାନର ସ୍ମୃତି ଚାରଣ କରିବା ସହ ବିକଶିତ ଓଡ଼ିଶା ଗଠନ ପାଇଁ ପରିଶ୍ରମ କରିବାକୁ ଆହ୍ଵାନ କରିଛନ୍ତି ରାଜ୍ୟ ବିଜେପି ସଭାପତି । ଏହି ଅବସରରେ ମନମୋହନ କହିଛନ୍ତି , ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶାର ଯୋଗଦାନ ଅତୁଳନୀୟ ଥିଲା । ଆଜି ସଂକଳ୍ପ ନେବାର ଦିନ । ଓଡ଼ିଶାରେ ଅପାର ସମ୍ଭାବନା ରହିଛି । ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟରେ ପରିଣତ କରିବାକୁ ପ୍ରଚେଷ୍ଟା କରିବାକୁ ପଡ଼ିବ । ଜଳସମ୍ପଦ, ଖଣିଜ, ପର୍ଯ୍ୟଟନ କ୍ଷେତ୍ର, ସୁଦୀର୍ଘ ବେଳାଭୂମି ଉପଯୋଗ କରିବା । ତେଣୁ ସମସ୍ତଙ୍କୁ ଟିମ୍ ସ୍ପିରିଟ ସହ ସାମୁହିକ ନେତୃତ୍ବ ଏବଂ ସାମୁହିକ ଉତ୍ତର ଦାୟିତ୍ଵ ନେଇ କାମ କରିବାକୁ ଆହ୍ଵାନ କଲେ ମନମୋହନ । ଏହାସହ ଓଡ଼ିଶାକୁ ବଡ଼ ପୁଞ୍ଜିନିବେଶ ଆସିଛି । କୃଷକଙ୍କ ରୋଜଗାର ବଢ଼ାଇବା ପାଇଁ ସରକାର ଯୋଜନା କରିଛନ୍ତି ।