କନକ ବ୍ୟୁରୋ: ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଶୀର୍ଷ ନେତୃତ୍ୱଙ୍କୁ ଭେଟିବା ପାଇଁ ଗଲେ ଦିଲ୍ଲୀ । ପୂର୍ବରୁ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ଏସବୁ ଭିତରେ ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଚର୍ଚ୍ଚା ଭିତରେ ମନମୋହନ ସାମଲ ବାରମ୍ୱାର ଦିଲ୍ଲୀ ଗସ୍ତ କରିଛନ୍ତି । ତେବେ ଏହାରି ଭିତରେ ଖବର ଆସୁଛି ଯେ ମନ୍ତ୍ରିମଣ୍ଡଳ ନିଷ୍ପତ୍ତି ପାଇଁ ଦିଲ୍ଲୀରେ ମାରାଥାନ ବୈଠକ ହେଉଥାଇପାରେ ।