କନକ ବ୍ୟୁରୋ: ପୁଣି ବିଜେପି ରାଜ୍ୟ ସଭାପତି ହେଲେ ମନମୋହନ ସାମଲ । ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ ମନମୋହନ । ତେବେ ଆଉ କୌଣସି ପ୍ରାର୍ଥୀ ତାଙ୍କ ବିରୋଧରେ ନାମାଙ୍କନ ଭରିନଥିବାରୁ ମନମୋହନ ସାମଲ ବିଜେପି ରାଜ୍ୟ ସଭାପତି ହେବା ଏକ ପ୍ରକାର ସ୍ପଷ୍ଟ ହୋଇସାରିଥିଲା । ତେଣୁ କେନ୍ଦ୍ର ନେତୃତ୍ୱ ମନମୋହନଙ୍କ ନାଁରେ ମୋହର ମାରିଛନ୍ତି । ମନମୋହନଙ୍କ ନେତୃତ୍ୱରେ ବିଜେପି ରାଜ୍ୟରେ ସରକାର ଗଢ଼ିବାରେ ସଫଳ ହୋଇଥିଲା । 
ମନମୋହନଙ୍କ ରାଜନୈତିକ କ୍ୟାରିୟର
୧୯୭୮-୭୯ରେ ଭଦ୍ରକ କଲେଜ ଛାତ୍ର ସଂସଦ ସଭାପତି
୧୯୭୯-୮୧-ଏବିଭିପି ରାଜ୍ୟ ସମ୍ପାଦକ
୧୯୮୧-୮୨-ଏବିଭିପିର ରାଜ୍ୟ ଉପସଭାପତି
୧୯୮୩-ଧାମନଗର ନିର୍ବାଚନମଣ୍ଡଳୀ ସଭାପତି
୧୯୮୪-ବିଜେପି ଜିଲ୍ଲା ସମ୍ପାଦକ, ବାଲେଶ୍ବର
୧୯୯୦-୯୨-ବିଜେପି ରାଜ୍ୟ ସମ୍ପାଦକ
୧୯୯୨-୯୯-ବିଜେପି ରାଜ୍ୟ ସାଧାରଣ ସମ୍ପାଦକ
୧୯୯୯-୨୦୦୪-ରାଜ୍ୟ ବିଜେପି ସଭାପତି ହେଲେ
୨୦୦୦ ମସିହାରେ ରାଜ୍ୟସଭା ସାଂସଦ
୨୦୦୪-୨୦୦୯-ଧାମନଗର ବିଧାୟକ ହେଲେ
ରାଜସ୍ବ ଓ ଖାଦ୍ୟ ଯୋଗାଣ ବିଭାଗର ମନ୍ତ୍ରୀପଦ
୨୦୧୦-୨୦୧୨-ରାଜ୍ୟ ସାଧାରଣ ସମ୍ପାଦକ, ବିଜେପି
୨୦୨୩-ରାଜ୍ୟ ବିଜେପି ସଭାପତି