କନକ ବ୍ୟୁରୋ : ନୂଆପଡ଼ା ଉପନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । କହିଲେ, ଫଳାଫଳ କ’ଣ ହେବ ଲୋକ ନିର୍ଣ୍ଣୟ ନେବେ । ନବୀନଙ୍କ ପଦଯାତ୍ରା ଦ୍ଵାରା ବିଜେପିକୁ ଫରକ ପଡ଼ିବ କି ନାହିଁ ତାହା ସାଧାରଣ ଲୋକ ବିଚାର କରିବେ । ଆମ ସରକାର ୧୧ ବର୍ଷ ହେଲା କେନ୍ଦ୍ରରେ କ’ଣ କରିଛି ଓ ୧୫ ମାସ ହେଲା ରାଜ୍ୟରେ କ’ଣ କାମ କରିଛି ତାହା ଆମେ କହିବୁ । ବିଜେଡ଼ି ୨୪ ବର୍ଷ ଭିତରେ କଣ କରିଛି କହିବ ଓ କଂଗ୍ରେସ ୪୦ ବର୍ଷରେ କଣ କରିଛି କହିବ । କାହାକୁ ଗ୍ରହଣ କରିବେ, ଲୋକ ବିଚାର କରିବେ ।

Advertisment

ଅନ୍ୟପଟେ ବ୍ରହ୍ମପୁର ବିଜେପି ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡକୁ ନେଇ ମଧ୍ୟ ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି , ପୀତବାସଙ୍କ ହତ୍ୟା ଦଳ ଏବଂ ସମାଜ ପାଇଁ ବଡ଼ କ୍ଷତି । ସେ ଲୋକଙ୍କ ନ୍ୟାୟ ପାଇଁ ଲଢେଇ କରୁଥିଲେ । ତଳ ପାହାଚରେ ଥିବା ଲୋକଙ୍କ ପାଇଁ ସଙ୍ଘର୍ଷ କରୁଥିଲେ । ସାଲିସ ବିହୀନ ଆନ୍ଦୋଳନ କରୁଥିଲେ । ଏହା ଉପରେ ସରକାର ନିଶ୍ଚିତ ଭାବେ ଦୃଢ଼ତାର ସହ କାର୍ଯ୍ୟାନୁଷ୍ଠାନ ନେବେ । ଓଡ଼ିଶା ଏକ ଶାନ୍ତି ପ୍ରିୟ ରାଜ୍ୟ , କେବେ ବି ଅସାମାଜିକ ଘଟଣାକୁ ପ୍ରଶ୍ରୟ ଦିଆଯିବ ନାହିଁ । ଦେଖନ୍ତୁ ଆଗକୁ ଆକ୍ସନ କଣ ହେଉଛି , ତଦନ୍ତ ସରିଲେ ଜଣା ପଡ଼ିବ ରାଜନୈତିକ ଲିଙ୍କ ଅଛି କି ନାହିଁ । ଜଣେ ସାଧାରଣ ଲୋକ ନ୍ୟାୟ ପାଇଁ ଲଢ଼େଇ କରୁଥିଲା । ଯଦି ନ୍ୟାୟକୁ ରୋକିବା ପାଇଁ ଚାହୁଛ, ତାହେଲେ ସାମ୍ନା ସାମ୍ନୀ ଲଢେଇ କର । ଶକ୍ତି ଅଛି ଯଦି ସାମ୍ନାରେ ଲଢେଇ ହେବ , ଆଦର୍ଶଗତ ଲଢେଇ ହେବ । ବ୍ୟକ୍ତିଗତ ଲଢେଇ କଣ ପାଇଁ ବୋଲି ପ୍ରଶ୍ନ କରି ଆହ୍ଵାନ ଦେଲେ ମନମୋହନ ।