କନକବ୍ୟୁରୋ : ସାଧାରଣତନ୍ତ୍ର ଦିବସ ଅବସରରେ ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମିଲ । କହିଛନ୍ତି, ପୂର୍ବ ସରକାର ସମୟରେ ଓଡିଶା ଅଭିଶପ୍ତ ଥିଲା । ଓଡ଼ିଶାରେ ଶାସନର ପରିବର୍ତନ ହୋଇଛି । ପୂର୍ବରୁ ଲୋକେ କହୁଥିଲେ ଓଡିଶା ଅଭିଶପ୍ତ ଥିଲା । ଏଥର ସୁଯୋଗ ମିଳିଛି ଆମେ ସମସ୍ତେ ଓଡ଼ିଶାର ବିକାଶକୁ ତ୍ୱରାନ୍ୱିତ କରିବା । ଲୋକେ ୨୪ ବର୍ଷ ଶାସନକୁ ମୁହଁ ବୁଲେଇଛନ୍ତି । ବିଜେପିକୁ ଦୟିତ୍ଵ ଦେଇଛନ୍ତି । ଓଡିଶାରେ ଗଣତାନ୍ତ୍ରିକ ବ୍ୟବସ୍ଥା ଆରମ୍ଭ ହୋଇଛି । ଚାଷୀଙ୍କୁ ପ୍ରତିଶ୍ରୁତି ମୁତାବକ ସହାୟତା ଦିଆଯାଇଛି । ଅସ୍ମିତା କଥା କହି ଲୋକଙ୍କ ହୃଦୟରେ ଅଛୁ । ଆମେ ବିକଶିତ ଓଡିଶା ଗଢିବା ।
୨୪ ବର୍ଷ ଆମ ପାଇଁ ଲମ୍ବା ଅବଧି ନୁହଁ ୫ ବର୍ଷ ଆମ ପାଇଁ ଲମ୍ବା ଅବଧି, ଯୁବକଙ୍କ ଦାୟିତ୍ଵ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ମନମୋହନ । ଶିକ୍ଷା ଓଡ଼ିଶାର ମେରୁଦଣ୍ତ, ଯାହାକୁ ନେଇ ଆମେ ପରିଚିତ । ଆମ ପାଖରେ ଯୋଗ୍ୟ ମାନବ ସମ୍ବଳ, ଖଣିଜ ସମ୍ପଦ, ଚିଲିକା ଓ ପର୍ଯ୍ୟଟନ ଅଛି। କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇ ମନ ମୋହନ କହିଛନ୍ତି ଓଡ଼ିଶାରେ କୋଷ୍ଟାଲ ହାଇୱେ ହୋଇଛି, ବାତ୍ୟା ମୁକାବିଲା ପାଇଁ ଏହା ସହଜ ହେବ। କୃଷି ଭିତିକ ଓଡିଶାକୁ ଆହୁରି ଆଗକୁ ନେବା ପାଇଁ କେନ୍ଦ୍ର ସରକାର ସୁଯୋଗ ଦେଉଛନ୍ତି ।
ପରିବର୍ତନ ଦେଇଛନ୍ତି ସାଧାରଣ ଲୋକେ। ବିଜେପି ରାଜ୍ୟ ସଭାପତିଙ୍କ ଅଭିଶପ୍ତ ୨୪ ବର୍ଷ ଓଡିଶା ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ଦେବୀ ମିଶ୍ର। ମନ ମୋହନ ସାମଲ ବୋଧେ ଭୁଲିଯାଉଛନ୍ତି ସେ ବି ଅତୀତରେ ୯ ବର୍ଷ ସରକାରରେ ଥିଲେ । ସମସ୍ତ କହିଛନ୍ତି ବୋଲି ସେ ବି ବୋଧେ କହୁଛନ୍ତି। ପୁରୁଣା କଥା ଭୁଲିଗଲେଣି। ନୀତି ଆୟୋଗ ଗତକାଲି ପ୍ରଶଂସା କରିଛି ।
ନୀତି ଆୟୋଗ କାହାର ବୋଲି ପ୍ରଶ୍ନ କରିଛନ୍ତି ଦେବୀ ମିଶ୍ର। ଏହାସହ ମୋଦୀ ସରକାର ହେଉ କି ମୋନମୋହନ ସିଂଙ୍କ ସରକାର ହେଉ ସବୁ ସମୟରେ ସମସ୍ତେ ନବୀନ ପଟ୍ଟନାୟକଙ୍କ ସରକାରକୁ ପ୍ରଶଂସା କରି ଆସିଛନ୍ତି ବୋଲି କହିଛନ୍ତି ଦେବୀ ମିଶ୍ର । ବିଜେଡି ପକ୍ଷରୁ ଶଙ୍ଖ ଭବନରେ ଆୟୋଜିତ ହୋଇଛି ସାଧାରଣତନ୍ତ୍ର ଦିବସ ।
ଏହି ଅବସରରେ ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, ଭାରତ ଏକ ମହାନ ଦେଶ । ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ସ୍ୱାଧୀନତା ସଂଗ୍ରାମ ବିଶ୍ୱରେ ଶାନ୍ତି ଓ ଅହିଂସାର ବାର୍ତ୍ତା ଦେଇଛି । ବହୁଭାଷା ଓ ଜାତିକୁ ନେଇ ଗଠିତ ଏକ ସୂତ୍ରରେ ବାନ୍ଧି ରଖିବାରେ ସମ୍ବିଧାନ ସଫଳ ହେଉଛି। ସୋସିଆଲ ଜଷ୍ଟିସ ଦିଗରେ ଆଉ ଅନେକ କରିବାର ଅଛି । ଏକ ଦଶନ୍ଧିରେ ରାଜ୍ୟର ବହୁ ଉନ୍ନତି ହୋଇଛି ।
୨୦୦୦ରୁ ୨୦୨୪ ମଧ୍ୟରେ ଅନେକ ବିକାଶ ହୋଇଛି। ଏବେ ଭାରତ ସରକାରଙ୍କ ନୀତି ଆୟୋଗ ମଧ୍ୟ କାମକୁ ପ୍ରଶଂସା କରିଛି। ଫାଇନାନ୍ସ ହେଲଥ ଇଣ୍ଡେକ୍ସ ଓଡ଼ିଶା ଏକ ନମ୍ବର। ବିକାଶ ସବୁବେଳେ ଫୋକସ ରହିବ ବୋଲି କହିଛନ୍ତି ନବୀନ ପଟ୍ଟନାୟକ। କଂଗ୍ରେସ ଭବନରେ ପାଳିତ ହୋଇଛି ସାଧାରଣତନ୍ତ୍ର ଦିବସ ।
ଏହି ଅବସରରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ପତକା ଉତ୍ତୋଳନ କରିଛନ୍ତି । ସମ୍ବିଧାନକୁ ନେଇ ବିଜେପି ଓ ଆରଏସ୍ଏସ୍କୁ ଟାର୍ଗେଟ କରିଛି କଂଗ୍ରସ। ଯେଉଁମାନେ ପୂର୍ବରୁ ସମ୍ବିଧାନକୁ ମାନୁ ନଥିଲେ ଆଜି ସମ୍ମାନ ଦେଉନାହାନ୍ତି । ନ୍ୟାୟିକ ବ୍ୟବସ୍ଥା ଠାରୁ ଆରମ୍ଭ କରି ସମସ୍ତ କ୍ଷେତ୍ରରେ ହସ୍ତକ୍ଷେପ କରୁଛନ୍ତି । ଆରଏସ୍ଏସ୍ ମୁଖ୍ୟ କହୁଛନ୍ତି ରାମ ମନ୍ଦିର ହେଲା ପରେ ଭାରତ ସ୍ୱାଧୀନ ହୋଇଛି । ଏବେ ସମ୍ବିଧାନ ବିପଦରେ ଅଛି । ସମସ୍ତେ ଏକ ହୋଇ ଲଢ଼ିବାର ଅଛି କାରଣ ସମ୍ବିଧାନ ଆମକୁ ଅନେକ ସୁବିଧା ଓ ସୁଯୋଗ ଦେଇଛି ବୋଲି କହିଛନ୍ତି ରାମଚନ୍ଦ୍ର କାଡାମ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/01/26/ZD2z5szIKIA7FRXpDU6O.jpg)