କନକ ବ୍ୟୁରୋ : ଆମ ଜୀବନ ଖୋଲା ବହି । ଆମ ଦଳର ନେତା ମାନଙ୍କ ଜୀବନ ବି ଖୋଲା । ଆକାଉଣ୍ଟ ନମ୍ବର ନେଇ ଚେକ କରନ୍ତୁ । ଦାୟିତ୍ୱହିନ ମନ୍ତବ୍ୟ ଦେବା କଥା ନୁହେଁ । ଦଳର ଭାବମୂର୍ତ୍ତି ବହୁ ତ୍ୟାଗ ତପସ୍ୟା ପରେ ତିଆରି ହୋଇଛି । ଏମିତି ଦାୟିତ୍ୱହୀନ କଥା ଗଣମାଧ୍ୟମକୁ ନାଆସୁ । ପରୀକ୍ଷା ନିରୀକ୍ଷ କରନ୍ତୁ । ମୋ ଆକାଉଣ୍ଟ ନମ୍ବର ନେଇ ଚେକ କରନ୍ତୁ । ଦଳ ଆକାଉଣ୍ଟ ଖୋଲା ଅଛି । ରାଜା ଚକ୍ର ଓକିଲଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।
ତେବେ ମନମୋହନ ସାମଲଙ୍କୁ ୧କୋଟି ଟଙ୍କା ଦିଆଯାଇଥିବା କଥା କହିଥିଲେ ରାଜା ଚକ୍ର ଓକିଲ । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏବଂ ପ୍ରତିକ୍ରିୟାଶୀଳ ହୋଇଛନ୍ତି ରାଜ୍ୟ ବିଜେପି ସଭାପତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/04/04/idQeKgwbXWixLAhoZaOe.jpg)