ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆଗେଇଲେ ସରକାର ; ବର୍ଷ ଶେଷରେ ହୋଇପାରେ ଛତିଶଗଡ଼ ସରକାରଙ୍କ ସହ ଆଲୋଚନା

ମହାନଦୀ ନଦୀ ବିବାଦର ସମାଧାନ ପାଇଁ ଆଉ ପାଦେ ଆଗକୁ ବଢ଼ିଲେ ରାଜ୍ୟ ସରକାର ।ମୁଖ୍ୟମନ୍ତ୍ରୀଙ୍କ ଏକ୍ସ ପୋଷ୍ଟରୁ ବଢିଲା ଚର୍ଚ୍ଚା । ଡିସେମ୍ବରରେ ହୋଇପାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନ ।  ୪ ଦାବି ଉପରେ ଦେଇପାରେ ଜୋର ।

7PM4

କନକ ବ୍ୟୁରୋ: ମହାନଦୀ ଜଳବିବାବଦର ସମାଧାନ ଦିଗରେ ଆଉ ପାଦେ ଆଗକୁ ବଢିଛନ୍ତି ଓଡିଶା-ଛତିଶଗଡ଼ । ମହାନଦୀ ଜଳ ବିବାଦର ସମାଧାନ ପାଇଁ ଦୁଇ ରାଜ୍ୟ ଏକାଠି କାମ କରିବେ। ସେପ୍ଟେମ୍ବରରେ ଉଭୟ ରାଜ୍ୟର ସର୍ବୋଚ୍ଚ ଯନ୍ତ୍ରୀଙ୍କ ନେତୃତ୍ବରେ ଗଠିତ ଟେକ୍ନିକାଲ କମିଟି ପ୍ରତି ସପ୍ତାହରେ ବସିବେ । ମହାନଦୀ ପାଣି ଭାଗବଣ୍ଟା ନେଇ ଏକ ଫ୍ରେମ୍‌ୱର୍କ ପ୍ରସ୍ତୁତ କରିବେ । ଅକ୍ଟୋବର ମାସରେ ବସିବ ମୁଖ୍ୟ ଶାସନ ସଚିବ ସ୍ତରୀୟ ବୈଠକ । କଥାବାର୍ତ୍ତା କେତେ ବାଟ ଆଗେଇଛି, ସେନେଇ ଉଭୟ ରାଜ୍ୟର ଜଳସମ୍ପଦ ବିଭାଗର ଅଧିକାରୀ ବସି ଆଲୋଚନା କରିବେ । ଡିସେମ୍ବରରେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଏକାଠି ବସି ଆଲୋଚନା କରିବା ସମ୍ଭାବନା ରହିଛି ।

ମହାନଦୀ ଉପରମୁଣ୍ଡରେ ଅନେକ ବ୍ୟାରେଜ ଓ ପ୍ରକଳ୍ପ କରିସାରିଛି ଛତିଶଗଡ଼ ।  ପାଣି ଅଟକାଇବାକୁ ଛତିଶଗଡ଼ର ଶେଷ ବ୍ୟାରେଜ ହେଉଛି କଲମା ବ୍ୟାରେଜ୍  । ଆଲୋଚନା ବେଳେ  ବ୍ୟାରେଜ ଭାଙ୍ଗିବାକୁ ଛତିଶଗଡ଼ ରାଜି ହେବ ନାହିଁ । ତେଣୁ ଆଲୋଚନା ବେଳେ ଓଡିଶାର ସର୍ତ୍ତ ନେଇ ଆଲୋଚନା ଆରମ୍ଭ ହୋଇଛି । ମୁଖ୍ୟତଃ 
ଓଡିଶାର କ'ଣ ରହିବ ସର୍ତ୍ତ? 
-ଅଣମୌସୁମୀ ସମୟରେ ପର୍ଯ୍ୟାପ୍ତ ପାଣି ଛାଡିବା ଦରକାର
-ଏହା ନହେଲେ ହୀରାକୁଦ ପ୍ରଭାବିତ ହେବ
-କଲମା ବ୍ୟାରେଜ ମନଇଛା ବନ୍ଦ କରିପାରିବନି ଛତିଶଗଡ 
-ସର୍ବନିମ୍ନ ୫ଟି ଗେଟ୍ ଖୋଲାରଖିବେ
- ଅଂଶୀଦାର ବା ଷ୍ଟେକହୋଲଡର ସହିତ ଭଭୟ ସରକାର ଆଲୋଚନା କରିବେ 
-ମହାନଦୀ ଜଳବଣ୍ଟନବେଳେ ଜୈବ ବିବିଧତା ଉପରେ ନଜର
ସେପଟେ ମହାନଦୀ ଜଳ ବିବାଦକୁ ନେଇ ରାଜନୀତି ଆରମ୍ଭ ହୋଇଛି । ସବୁ ଦଳ ସ୍ବର ଏକାଠି କରିବାକୁ ବିଜେପି ରାଜ୍ୟ ସଭାପତି ଦାବି କରିଛନ୍ତି । 

ମହାନଦୀ ଜଳ ବିବାଦର ସମାଧାନ ନେଇ  ଆସନ୍ତା ୬ ତାରିଖରେ ଟ୍ରିବ୍ୟୁନାଲରେ ୪୫ ତମ ଶୁଣାଣୀ ହେବ । ୪୪ତମ ଶୁଣାଣୀରେ ଓଡିଶାର ଆଡଭୋକେଟ ଜେନେରାଲ ମହାନଦୀ ବିବାର ଆପୋସ ସମାଧାନ ଉପରେ ଗୁରୁତ୍ବ ଦେଇଥିଲେ । ତେଣୁ ଏହି ଶୁଣାଣି ସମୟରେ ଉଭୟପକ୍ଷ କି ଯୁକ୍ତି ଉପସ୍ଥାପନ କରୁଛନ୍ତି, ତା ଉପରେ ସମସ୍ତଙ୍କ ନଜର ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe