କନକ ବ୍ୟୁରୋ: ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିଜେପିକୁ ନେଇ ଫଲ୍ସ ନ୍ୟାରେଟିଭ୍‌ର ଜବାବ ରଖିଲେ ରାଜ୍ୟ ସଭାପତି ମନମୋହନ ସାମଲ। କେଉଁଟା ଫଲ୍ସ ନାରେଟିଭ୍‌ ନବୀନ ବାବୁ ଆଗେ ଜଣାନ୍ତୁ । କେନ୍ଦ୍ର କେତେ ଟଙ୍କା ଦେଇଥିଲା ତାର ହିସାବ ମାଗିଥିଲୁ, ତାର ହିସାବ ଦେଇପାରିଲେନି ବୋଲି ମନମୋହନ ସାମଲ କହିଛନ୍ତି । 

Advertisment

ତାଙ୍କ ସରକାର ସମୟରେ ରାଜ୍ୟରେ ଗଣତାନ୍ତ୍ରିକ ବ୍ୟବସ୍ଥା ନଥିଲା, ବିଧାୟକ ଓ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିପାରୁନଥିଲେ । କୌଣସି ବି କଥା କ୍ୟାବିନେଟରେ ଆଲୋଚନା ହୋଇପାରୁନଥିବା ବେଳେ ଯେତେ ଟଙ୍କା ଏଷ୍ଟିମେଟ୍ ହେଉଥିବା ତାର ଦଶ ଗୁଣା ଅପବ୍ୟୟ ହେଉଥିଲା, ଏସବୁ କଣ ଫଲ୍ସ ନ୍ୟାରେଟିଭ୍ କି ବୋଲି ପଚାରି ମନମୋହନ ନବୀନଙ୍କୁ କଟାକ୍ଷ କରିଛନ୍ତି । ତାଙ୍କର ଏସବୁ ଅଯୋଗ୍ୟତା ପାଇଁ ଗତ ନିର୍ବାଚନରେ ଓଡ଼ିଶାର ଜନସାଧାରଣ ବିଜେଡ଼ି ଉପରୁ ଆସ୍ତା ହରାଇ ବିଜେପିକୁ ସରକାରକୁ ଆଣିଲେ ବୋଲି ସେ କହିଛନ୍ତି ।