କନକ ବ୍ୟୁରୋ: ନୀରବି ଯାଇଛି ପଟ୍ଟନାୟକ ଭବନ । ଖାଁ ଖାଁ ଲାଗୁଛି ଘର ଅଗଣା । କେହି କିଛି କହିବାକୁ ନାରାଜ। ପରିସ୍ଥିତି ବି ସେମିତି । ପରିବାରର ପ୍ରିୟଜନଙ୍କୁ ହରାଇବାର ଦୁଃଖ । ସମୁଦୁଣି ରତ୍ନମାଳା ଶଯ୍ୟାଶାୟୀ । ସମୁଦିଙ୍କ ପରଲୋକର ଖବର ବି ରତ୍ନମାଳାଙ୍କୁ ଦିଆଯାଇନାହିଁ । କାରଣ ଏକଥା ଶୁଣିଲେ ନିଜକୁ ସମ୍ଭାଳିପାରିବେ ନାହିଁ । ଅନ୍ୟଙ୍କ ପାଇଁ ସେ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ,କିନ୍ତୁ ରତ୍ନମାଳାଙ୍କ ପରିବାର ପାଇଁ ସେ ଜଣେ ଘରର ମଣିଷ ।  ରାଜନୀତି ଜୀବନରେ ଏମିତି ଚୁପଚାପ ରହୁଥବା ମନମୋହନ କିନ୍ତୁ ଏହି ପରିବାର ପାଇଁ ଖୁବ ମେଳାପୀ ।

Advertisment

ମନମୋହନ ଯେବେ ବି ଓଡିଶା ଆସନ୍ତି, ପଟ୍ଟନାୟକ ଭବନରେ ନିଶ୍ଚୟ କିଛି ସମୟ ବିତାନ୍ତି । ପତ୍ନୀ ଗୁରୁସରନ ତାଙ୍କ ସମୁଦୁଣି ରତ୍ନମାଳାଙ୍କ ସହ ବେଶ ମଜା ମସ୍ତି ଓ ଖଟି ବି ଚାଲେ ।  ଏହି ସମ୍ପର୍କ ଯୋଡି ହୋଇଛି ୯୦ ଦଶକରୁ । ଗୁଜୁରାଟର ଆଇପିଏସ କ୍ୟାଡର ଅଶୋକ ପଟ୍ଟନାୟକଙ୍କୁ ନିଜର ସାନ ଝିଅ ଦାମନ ସିଂହଙ୍କୁ ବିବାହ କରାଇଥିଲେ ମନମୋହନ ସିଂହ । ବାସ ସେବେଠାରୁ ଏହି ପରିବାର ଭିତରେ ଯୋଡି ହେଲା ପାରିବାରିକ ସମ୍ପର୍କ ।  ଆଉ ଆଜି ମନମୋହନଙ୍କ ଅବର୍ତମାନରେ ଆଖି ଆଗରେ ନାଚି ଉଠୁଛି ପୁରୁଣା ଦିନର ସ୍ମୃତି ।

ସାରା ଦେଶ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ହରାଇ ତାଙ୍କୁ ଝୁରି ହେଉଥିବାବେଳେ ସମ୍ପର୍କୀୟଙ୍କ ପାଇଁ ଏହି ସମୟ ବେଶ କଠିନ ନିଶ୍ଚୟ ।