କନକ ବ୍ୟୁରୋ: ନବୀନ ନିବାସରେ ଚାଲୁଛି କଣ…ନବୀନଙ୍କ ସ୍ବାସ୍ଥ୍ୟବସ୍ଥା କଥା ଏବେ ବି ବୁଝୁଛନ୍ତି ପାଣ୍ଡିଆନ । ପ୍ରକୃତରେ କଣ ନବୀନ ଅସସ୍ଥ କି । କିଛି ଏମିତି ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଥିବା ବେଳେ ମନ୍ମଥ ଗଣମାଧ୍ୟମରେ ଯେଉଁ ବିସ୍ଫୋରକ ବୟାନ ଦେଇଛନ୍ତି ତାହା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । 

Advertisment

ପୁଣି ଖୋଲିଲାଣି ନବୀନ ନିବାସ ଗୁମର
ଏବେ ବି ନବୀନଙ୍କ ସ୍ବାସ୍ଥ୍ୟବସ୍ଥା କଥା ବୁଝୁଛନ୍ତି ପାଣ୍ଡିଆନ
ବାହାରୁ ଆସୁଥିବା ଡାକ୍ତରଙ୍କ କଥା ସେ ବୁଝନ୍ତି
ନିର୍ବାଚନ ହାରିବା ପରେ ପାଣ୍ଡିଆନ ଦେଖାଦେଉନାହାନ୍ତି
ନବୀନ ନିବାସରେ ସେ କଣ କରୁଛନ୍ତି 
ନବୀନଙ୍କୁ ଗୁରୁ କହିଲେ ମନ୍ମଥ

ନିର୍ବାଚନ ପୂର୍ବରୁ ନବୀନଙ୍କ ପାଖେ ପାଖେ ରହୁଥିଲେ ପାଣ୍ଡିଆନ । ଏମିତିକି କରୋନା କାଳରେ ନବୀନଙ୍କ ନିଜେ ଡ୍ରାଇଭ କରି ନେଉଥିଲେ । ଯାହାର ଦୃଶ୍ୟ ବେଶ ଚର୍ଚ୍ଚିତ ହୋଇଥିଲା । ଏହାସହ ନିର୍ବାଚନ ପ୍ରଚାର ସମୟରେ ନବୀନ ପାଖେ ପାଖେ ରହିବା ସହିତ ନବୀନଙ୍କ ହାତକୁ କାଗଜ ବଢାଇ ଦେବାଠୁ ଆରମ୍ଭ କରି ବିଭିନ୍ନ କାମରେ ସାମିଲ ହେଉଥିଲେ । ଏହାସହ ସକ୍ରିୟ ରାଜନୀତିରେ ଆସିବା ପୂର୍ବରୁ ପ୍ରଶାସନିକ ସ୍ତରରେ ସବୁ ନିଷ୍ପତ୍ତି ସେ ନେଉଥିଲେ । ଏହାକୁ ନେଇ ବିବାଦ ହେବା ପରେ ଚାକିରି ଛାଡ଼ି କାର୍ତ୍ତିକ ପୂର୍ଣ୍ଣିମାରେ ବିଜେଡିରେ ସାମିଲ ହୋଇଥିଲେ । ଆଉ ବିଜେଡିରେ ଆଧିପତ୍ୟ ଖୋଲାଖୋଲି ବିସ୍ତାର କରିଥିଲେ । ଟିକଟ ଦେବାଠୁ ଆରମ୍ଭ କରି ଟିକଟ କାଟିବା ଆଦି ନିଷ୍ପତ୍ତି କୁଆଡ଼େ ପାଣ୍ଡିଆନ ନେଉଥିଲେ । ସ୍ଥିତି ଏମିତି ହେଲା ଯେ ଅନେକ ନେତା ପାଣ୍ଡିଆନଙ୍କ ବିରୋଧରେ ଅସନ୍ତୋଷ ଝାଡିଲେ । ଶେଷରେ ଭୁଲ ନିଷ୍ପତ୍ତି ଲାଗି ବିଜେଡି ହାରିଥିବା ନେତା କହିଲେ । ପରେ ପରେ ନବୀନ ନିବାସଠୁ ଆରମ୍ଭ କରି ବିଜେଡିଠୁ ଲୋକ ଦେଖାଣିଆ ଦୂରେଇ ରହୁଥିଲେ ପାଣ୍ଡିଆନ । ହେଲେ ମନ୍ମଥଙ୍କ ବୟାନ ଏବେ ସବୁ ଘଟଣା ଉପରୁ ପରଦା ଉଠାଇବା ସହିତ ଏବେ ବି ନବୀନ ନିବାସରେ କେମିତି ପାଣ୍ଡିଆନ ସକ୍ରିୟ ଥିଲେ ତାହାର ଗୁମର ଖୋଲିଛନ୍ତି ।

ଏପଟେ ମନ୍ମଥ କହିଛନ୍ତି, ବିଜେଡି ଓ ନବୀନ ପଟ୍ଟନାୟକଙ୍କର ନିର୍ବାଚନୀପରର ସ୍ଥିତି ଲାଗି ପାଣ୍ଡିଆନ ନିଜକୁ ଦାୟୀ କରିଛନ୍ତି । ଆଗରୁ ପାଣ୍ଡିଆନ ନବୀନଙ୍କ କଥା ବୁଝୁଥିଲେ ଏବେ ବି ବୁଝୁଛନ୍ତି କହିବା ସହିତ ନବୀନଙ୍କ ମେଡ଼ିସିନ, ଯୋଗ,ହେଉଛି କି ନାହିଁ ବୁଝୁଛନ୍ତି । ନିଜ ଗୁରୁଙ୍କୁ ବାପା ଭଳି ସେବା କରୁଛନ୍ତି ପାଣ୍ଡିଆନ । ସଂସ୍କାରରେ ଅଛି ଗୁରୁଙ୍କ ସେବା କରିବା ପୁଣ୍ୟର କାମ । ପାଣ୍ଡିଆନ ସେଇୟା କରୁଛନ୍ତି । 

ସେପଟେ, ସଂଗଠନ ଭିତରେ ଚାଲିଥିବା ବିଶୃଙ୍ଖଳାକୁ ନେଇ ମୁହଁ ଖୋଲିଛନ୍ତି ମନ୍ମଥ । କହିଛନ୍ତି, ପୁରା ଟିମର ଭୁଲ ନଥିଲା କିଛି ଜଣଙ୍କ ଭୁଲ ଥିଲା । କିଛି ମାତ୍ରାରେ ବ୍ୟକ୍ତିମାନେ ଭୁଲ ଥିଲେ । ତାର ରେଜଲ୍ଟ ଆମକୁ ମିଳିଲା । ଆମକୁ ବହୁମତ ମିଳିଲାନି । ଯେଉଁମାନଙ୍କର ଅଂହକାର ଅଛି, ଯେଉଁମାନେ ଭୁଲ କରିଥିଲେ ସେମାନେ ଭୁଲ ମାନୁଛନ୍ତି । ପଶ୍ଚାତାପ କରୁଛନ୍ତି । ସେମାନଙ୍କୁ ନବୀନ ସୁଯୋଗ ଦେବେ କି ନାହିଁ ତାହାର ଆନାଲିସିସ୍ ହେଉଛି । ମୋଟ୍‌ ଉପରେ କିଛି ଦିନର ନିରବତା ପରେ ପାଣ୍ଡିଆନ ଯେଉଁପରି ଭାବରେ ସକ୍ରିୟ ହେଲେଣି ତାହାକୁ ନେଇ ପୁରା ରାଜ୍ୟରେ ଜୋରଦାର ଚର୍ଚ୍ଚା ଚାଲିଛି ।