ବାଘ ସହ ମଣିଷର ଲଢ଼େଇ : ବାଘର ମୃତ୍ୟୁ , ଯୁବକ ଗୁରୁତର

Advertisment

ବାଘ ଓ ମଣିଷ ଲଢେଇରେ ବାଘ ମୃତ୍ୟୁ ହୋଇଥିବା ବେଳେ ଆକ୍ରମଣରେ ଯୁବକ ଗୁରୁତର । ଆହତ ଯୁବକ ଶୁଭ୍ରାଂଶୁ ଭୋଳ । ଗତକାଲି ରାତିରେ ଶୁଭ୍ରାଂଶୁଙ୍କ ଜୟପୁର ଫାର୍ମରେ ପଶିଥିଲା ବାଘ ।

ବାଘ ଓ ମଣିଷ ଲଢେଇରେ ବାଘ ମୃତ୍ୟୁ ହୋଇଥିବା ବେଳେ ଆକ୍ରମଣରେ ଯୁବକ ଗୁରୁତର । ଆହତ ଯୁବକ ଶୁଭ୍ରାଂଶୁ ଭୋଳ । ଗତକାଲି ରାତିରେ ଶୁଭ୍ରାଂଶୁଙ୍କ ଜୟପୁର ଫାର୍ମରେ ପଶିଥିଲା ବାଘ ।

Tiger Attack

କନକ ବ୍ୟୁରୋ : ମଣିଷ  -ବାଘ ଲଢ଼େଇରେ ବାଘର ମୃତ୍ୟୁ । କଟକ ଜିଲ୍ଲା ନରସିଂହପୁର ପଶ୍ଚିମ ବନାଞ୍ଚଳ ଅନନ୍ତପ୍ରସାଦ ଗାଁରେ କଲରା ପତାରିଆ ବାଘ ମଣିଷ ଲଢେଇର ଛାତିଥରା ଘଟଣା ସାମ୍ନାକୁ ଆସିଛି । ଜୀବନ ବଞ୍ଚାଇବାକୁ ଯାଇ କଲରାପତରିଆ ବାଘ ସହ ମୁହାଁମୁହିଁ ହୋଇଥିଲେ ।

ବାଘ ଓ ମଣିଷ ଲଢେଇରେ ବାଘ ମୃତ୍ୟୁ ହୋଇଥିବା ବେଳେ ଆକ୍ରମଣରେ ଯୁବକ ଗୁରୁତର । ଆହତ ଯୁବକ ଶୁଭ୍ରାଂଶୁ ଭୋଳ । ଗତକାଲି ରାତିରେ ଶୁଭ୍ରାଂଶୁଙ୍କ ଜୟପୁର ଫାର୍ମରେ ପଶିଥିଲା ବାଘ । ଆଉ ଘରେ ପଶି କରିଥିଲା ଆକ୍ରମଣ  ଘରେ ଥିବା ଛୁରୀରେ ବାଘ ସହ ଲଢ଼େଇ କରିଥିଲେ ଶୁଭ୍ରାଂଶୁ ।

ଅଧିକ ପଢନ୍ତୁ :  ଅମାନିଆ ଆମ ବସ୍ ; ପୁଣି ପାତ୍ରପଡ଼ାରେ ସ୍କୁଟିକୁ ଦେଲା ଧକ୍କା

ଫାର୍ମ ଭିତରେ ଶୁଭ୍ରାଂଶୁଙ୍କୁ ଝାମ୍ପି ଥିଲା ବାଘ । ଶେଷରେ ବାଘର ମୃତ୍ୟୁ ହୋଇଥିଲା । ଘଟଣାରେ  ଶୁଭ୍ରାଂଶୁ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । କଲରାପତରିଆ ବାଘର ମୃତଦେହକୁ ଜବତ କରିଛି ବନ ବିଭାଗ । ସୂଚନା ମିଳିଛି ବାଘଟି ପୂର୍ବରୁ ଖଣ୍ଡିଆ ହୋଇ ଏଣେ ତେଣେ ଅବସ୍ଥାରେ ବୁଲି ଆକ୍ରମଣ ପାଇଁ ଉଦ୍ୟମ କରିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe