କନକ ବ୍ୟୁରୋ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟିର ପରାଜୟ ପରେ ଦଳ ଏବେ, ନେତୃତ୍ୱରେ କରିଛି ବଡ଼ ପରିବର୍ତ୍ତନ । ଆମ୍ ଆଦମୀ ପାର୍ଟି ଦିଲ୍ଲୀର ପୂର୍ବ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପଞ୍ଜାବର ପ୍ରଭାରୀ ଭାବେ ଦାୟିତ୍ୱ ଦେଇଛି । ସେହିପରି ସତ୍ୟେନ୍ଦ୍ର ଜୈନଙ୍କୁ ପଞ୍ଜାବର ସହ-ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି । ଏହାସହ ଗୋପାଲ ରାୟଙ୍କ ଜାଗାରେ ସୌରଭ ଭରଦ୍ୱାଜଙ୍କୁ ଦିଲ୍ଲୀ ଆପର ସଂଯୋଜକ ଭାବେ ନୂଆକରି ଦାୟିତ୍ୱ ଦେଇଛି ଦଳ । ଅନ୍ୟପଟେ ଆମ୍ ଆଦାନୀ ପାର୍ଟିର ସାଂସଦ ରାଘବ ଚଡ୍ଡା ଏବଂ ସଞ୍ଜୟ ସିଂ ପାର୍ଟିର ରାଜନୈତିକ ମାମଲା ସମ୍ପର୍କରେ ବୈଠକ ପାଇଁ କେଜ୍ରିଓ୍ୱାଲଙ୍କୁ ଭେଟିବାକୁ ତାଙ୍କ ଘରେ ପହଞ୍ଚିଛନ୍ତି । ତେବେ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ପରାଜୟ ପରେ, ଏବେ ଆତିଶୀଙ୍କୁ ରାଜଧାନୀର ମୁଖ୍ୟ ଦାୟିତ୍ୱ ଦେଇଛି ଦଳ । ବିରୋଧୀ ଦଳ ନେତା ଭାବେ ସେ ବିଜେପି ସରକାରକୁ ନିଶାନା କରିବେ । ବିଧାନସଭା ନିର୍ବାଚନ ଏବଂ ଦିଲ୍ଲୀ ସରକାର ଉପରେ ବିଜେପି ସରକାର ହମଲା କଲେ, ଅତିଶୀ ହିଁ ଏହାକୁ ଟକ୍କର ଦେବେ ।
ଆମ୍ ଆଦମୀ ପାର୍ଟିରେ ବଦଳିଲା ନେତୃତ୍ୱ; ମନୀଷ ସିସୋଦିଆ ବୁଝିବେ ପଞ୍ଜାବ କଥା
ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟିର ପରାଜୟ ପରେ ଦଳ ଏବେ, ନେତୃତ୍ୱରେ କରିଛି ବଡ଼ ପରିବର୍ତ୍ତନ । ଆମ୍ ଆଦମୀ ପାର୍ଟି ଦିଲ୍ଲୀର ପୂର୍ବ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପଞ୍ଜାବର ପ୍ରଭାରୀ ଭାବେ ଦାୟିତ୍ୱ ଦେଇଛି ।
/kanak/media/media_files/2025/03/21/dM2VvA7GfyFgwau2qh3I.webp)