କନକବ୍ୟୁରୋ : ମଣିପୁରରେ ହିଂସା ପରେ ନିଖୋଜ ଥିବା ୬ଜଣଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ନଦୀରେ ଭାସୁଥିବା ଅବସ୍ଥାରେ ମିଳିଛି। ଜଣେ ମହିଳା ଓ ୨ ଶିଶୁଙ୍କ ଶବ ଶୁକ୍ରବାର ନଦୀରୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ ।
ସୋମବାର ହିଂସା ପରେ ଏମାନେ ସମସ୍ତେ ନିଖୋଜ ଥିଲେ । ସୋମବାର ସେନା ପୋଷାକରେ ଆସି ଉଗ୍ରବାଦୀମାନେ ସିଆରପିଏଫ୍ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ। ଏହି ସମୟରେ ୧୦ ଉଗ୍ରବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲେ ସିଆରପିଏଫ ଯବାନ । ଏହି ସମୟରେ ଜିରୀବାମ ଜିଲ୍ଲାରେ ଅସ୍ଥାୟୀ ଶିବିରରେ ଆଶ୍ରୟ ନେଇଥିବା ଲୋକଙ୍କ ମଧ୍ୟରୁ ୬ଜଣ ନିଖୋଜ ହୋଇଥିଲେ। ମହିଳା ଓ ଶିଶୁଙ୍କୁ ଅପହରଣ କରି ନେଇଥିଲେ ଉଗ୍ରବାଦୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/16/7Bvt67phBimFe2eSOgPO.jpg)