ମଣିପୁର ପୋଲିସକୁ ବଡ଼ ସଫଳତା ମିଳିଛି। ମଙ୍ଗଳବାର ତେଙ୍ଗନୁପାଲ ଜିଲ୍ଲାର ମିଆଁମାର ସୀମା ନିକଟ ୟାଙ୍ଗାଉବୁଙ୍ଗ୍ ଗାଁରୁ ପିପୁଲ୍ସ ଲିବରେସନ୍ ଆର୍ମି(ପିଏଲଏ)ର ତିନିଜଣ ସଦସ୍ୟ, ପ୍ରିପାକ୍(ପିଆରଓ)ର ଜଣେ ସଦସ୍ୟ ସମେତ ୪ଜଣ ଉଗ୍ରବାଦୀଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କଠୁ ବିପୁଳ ପରିମାଣର ଗୋଳାବାରୁଦ ସହ ବନ୍ଧୁକ ଜବତ କରାଯାଇଛି। ବୁଧବାର ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ଅନ୍ୟ ଗୋଟିଏ ଅଭିଯାନରେ ଇମ୍ଫାଲ ପୂର୍ବ ଜିଲ୍ଲାର ନୁଙ୍ଗଇ ହିଲ୍ ଠାରୁ ଅସ୍ତ୍ର-ଶସ୍ତ୍ର ଓ ଗୋଲା-ବାରୁଦ ଜବତ କରାଯାଇଛି। ଏହାମଧ୍ୟରେ ଗୋଟିଏ ଦେଶୀ ରାଇଫଲ୍, ଗୋଟିଏ ୯ ଏମ୍ଏମ୍ ପିସ୍ତଲ୍, ଗୋଟିଏ ହାଣ୍ଡ ଗ୍ରେନେଡ୍ ଓ ପାଞ୍ଚଟି .୩୦୩ କ୍ୟାଲିବରର ରାଇଫଲ ଅନ୍ତର୍ଭୁକ୍ତ ଅଛି।

Advertisment